ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ; ଅଶାନ୍ତ ସମୁଦ୍ର, ଆସିପାରେ ସୁନାମୀ

ଏଥେନ୍ସ: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱିପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୁନାମୀ ଆଶଙ୍କା ଦେଖାଦେଇଛି। ଏହା ସମୁଦ୍ର ଜଳରାଶିକୁ ଅଶାନ୍ତ କରିପାରେ। ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି। ଏଥିପାଇଁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ଭାବେ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

ସୋମବାର ସ୍ଥାନୀୟ ସମୟ ଅନୁସାର ଦିପ୍ରହର ୧.୨୫ରେ ଗ୍ରୀସ ସାଇଟିଆର ଉତ୍ତର-ପୂର୍ବରରେ ୬୦ କିମି(୩୭ ମାଇଲ୍) ଭୂମିକମ୍ପ ହୋଇଥିଲା। ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ଏନେଇ EMSC ସମୁଦ୍ରକୂଳିଆ ଲୋକଙ୍କୁ ଉଚ୍ଚାସ୍ଥାନକୁ ଚାଲିଯିବାକୁ ଟ୍ୱିଟ୍ କରି ସତର୍କ କରାଯାଇଛି।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଗ୍ରୀସଠାରୁ ବହୁ ଦୂରରେ ଥିବା ଉତ୍ତର ଆଫ୍ରିକାରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି। ତେବେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଭୂମିକମ୍ପରେ ମୋବାଇଲ୍‌ ନେଟୱର୍କ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ