ଅପରାଧ ଦେଶ ବିଦେଶ

ଭୁଲ କଲେ ସିଧା ମୃତ୍ୟୁଦଣ୍ଡ : ଇରାନରେ ଏକାଥରେ ୧୨ କଏଦୀଙ୍କୁ ଫାଶୀ, ନିନ୍ଦାକଲେ ମାନବାଧିକାର ସଙ୍ଗଠନ

ନୂଆଦିଲ୍ଲୀ ୦୯/୦୬: ଇରାନରେ ଗୋଟିଏ ଦିନରେ ୧୨ କଏଦୀଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯାଇଛି। ଫାଶି ପାଇଥିବା କଏଦୀଙ୍କ ମଧ୍ୟରୁ ୧୧ ପୁରୁଷ ଥିବା ବେଳେ ଜଣେ ମହିଳା । ଏମାନେ ସମସ୍ତେ ବେଲୁଚିସ୍ତାନରେ ରହୁଥିଲେ ଏବଂ ସୁନ୍ନି ସମ୍ପ୍ରଦାୟ ସହ ଜଡ଼ିତ । ଏହି କଏଦୀମାନେ ନିଶାଦ୍ରବ୍ୟ ଚୋରା କାରବାର ଏବଂ ହତ୍ୟା ଭଳି ଅପରାଧରେ ଅଭିଯୁକ୍ତ ଥିଲେ । ଇରାନରେ ଏକାଥରେ ଏତେଜଣଙ୍କୁ ଫାଶି ଦିଆଯାଇଥିବାରୁ ମାନବାଧିକାର ସଂଗଠନଗୁଡ଼ିକର ଚିନ୍ତା ବଢ଼ିଯାଇଛି ।

ରିପୋର୍ଟ ମୁତାବକ, ସମସ୍ତ ୧୨ କଏଦୀଙ୍କୁ ସିସ୍ତାନ-ବେଲୁଚିସ୍ତାନ ସ୍ଥିତ ମୁଖ୍ୟ ଜେଲ ଜାହେଦାନରେ ଫାଶିଖୁଣ୍ଟରେ ଝୁଲାଯାଇଛି । ଇରାନର ଏହି ଅଞ୍ଚଳ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ଲାଗିଛି । ନରୱେରେ ଥିବା ଇରାନ ମାନବାଧିକାର କାର୍ଯ୍ୟାଳୟ କହିଛି ଯେ ୬ କଏଦୀ ନିଶାଦ୍ରବ୍ୟ ଚୋରା ଚାଲାଣରେ ଲିପ୍ତ ଥିଲା ବେଳେ ଅନ୍ୟ ୬ ଜଣଙ୍କ ଉପରେ ହତ୍ୟା ଅଭିଯୋଗ ଥିଲା । ସମସ୍ତେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଫାଶିଦଣ୍ଡାଦେଶ ଶୁଣାଇଥିଲେ । ଏବେ ତାହାକୁ କାର୍ଯ୍ୟକାରୀ କରାଯାଇଛି । ଗୋଟିଏ ଦିନରେ ଏକାଥରେ ୧୨ ଅପରାଧୀଙ୍କୁ ଫାଶିଦଣ୍ଡ ଦେବାକୁ ନେଇ ଇରାନ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ମାନବାଧିକାର ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ମୁତାବକ, ୨୦୨୧ରେ ଇରାନରେ ଦିଆଯାଇଥିବା ମୋଟ ଫାଶିଦଣ୍ଡରେ ୨୧% ଲୋକ ବେଲୁଚୀ ଥିଲେ । ଇରାନର ମୋଟ ଜନସଂଖ୍ୟାରେ କେବଳ ୨-୬% ଲୋକ ବେଲୁଚୀ । ଆମନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ ମୃତ୍ୟୁ ଦଣ୍ଡ ଦେଉଥିବା ଦେଶଗୁଡ଼ିକ ମଧ୍ୟରେ ଇରାନ ସବା ଉପରେ ଅଛି । ୨୦୨୧ରେ ଏଠାରେ ୩୧୪ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ୨୦୨୦ ତୁଳନାରେ ଏହା ୨୫% ଅଧିକ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ