ଲାଇଫ୍ ଷ୍ଟାଇଲ

ଭୁଲରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ କଦଳୀ ଭୋଗିବେ ଏହି ସବୁ ଅସୁବିଧା

କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ବ ମିଳିଥାଏ,ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି କମ୍ କରିଥାଏ। କାରଣ ଏଥିରେ ସ୍ବାସ୍ଥ୍ୟକର ଫ୍ୟାଟ୍ ଥାଏ ଯାହା ଆମ ଶରୀରରେ ଜମିନଥାଏ ଏବଂ ଓଜନ ବଢ଼ାଇଥାଏ କିନ୍ତୁ ମେଦବହୁଳତାକୁ କମ୍ କରିଥାଏ। ବାସ୍ ଏହାକୁ ଖାଇବାର ଠିକ୍ ଉପାୟ ଏବଂ ସମୟ ଜଣାଥିବା ଆବଶ୍ୟକ। ଅଧିକାଂଶ ଲୋକେ ସକାଳେ ଅଫିସ୍ ଯିବା ଜଲଦିରେ ଖାଲି ପେଟରେ କଦଳୀ ଖାଇ ଦେଇଥାନ୍ତି। ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ କଦଳୀ ଖାଇବା ଅନୁଚିତ୍। ଏହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ।

କଦଳୀରେ ପୋଟାସିୟମ୍,ଫାଇବର ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ଥାଏ କିନ୍ତୁ ଏହା ସହ କଦଳୀ ଏସିଡଯୁକ୍ତ ହୋଇଥାଏ ଏବଂ ବିଶେଷଜ୍ଞମାନେ କହିଥାନ୍ତି ଯେ ଖାଲି ପେଟରେ ଏସିଡଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ବାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଏଥିପାଇଁ ଖାଲି ପେଟରେ ଜମା କଦଳୀ ଖାଆନ୍ତୁ ନାହିଁ।

କଦଳୀରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ୍ ଅଧିକ ମାତ୍ରାରେ ଥାଏ ଏଥିପାଇଁ ଯଦି ଖାଲି ପେଟରେ ଏହା ସେବନ କରାଯାଏ ତେବେ ରକ୍ତରେ ଏହି ଦୁଇଟି ପୋଷକ ତତ୍ତ୍ବର ବହୁଳତା ହୋଇପାରେ,ଯାହା ଦ୍ବାରା ହୃଦ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ। ଏଥିପାଇଁ ଖାଲି ପେଟରେ କଦଳୀ ଖାଇବା ପୂର୍ବରୁ ଥରେ ଭଲ ଭାବେ ବିଚାର କରି ନିଅନ୍ତୁ।

ଯଦି ଆପଣ ଭାବୁଛନ୍ତି ଯେ କଦଳୀ ଖାଇବା ଦ୍ବାରା ଆପଣଙ୍କୁ ଦିନସାରା ଶକ୍ତି ମିଳିବ ତେବେ ଆପଣ ଠିକ୍ ଭାବୁଛନ୍ତି କିନ୍ତୁ ଖାଲି ପେଟରେ ଖାଇବା ଅନୁଚିତ୍ କାରଣ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ଆପଣଙ୍କୁ ତୁରନ୍ତ ଶକ୍ତି ମିଳିବ କିନ୍ତୁ ଏହା ଅସ୍ଥାୟୀ ହେବ। ଆପଣଙ୍କୁ ଖୁବ୍ ଶୀଘ୍ର ଥକ୍କାପଣ ଏବଂ ଆଳସ୍ୟ ଅନୁଭବ ହେବ ଏବଂ ପୁଣି ଥରେ ଭୋକ ଲାଗିବ। ଏହା ପରେ ଆପଣଙ୍କୁ ଓଭରଇଟିଂ ସମସ୍ୟା ମଧ୍ୟ ହୋଇପାରେ। ଏଥିପାଇଁ ଭଲ ହେବ ଯେ ଆପଣ ସକାଳେ ଜଳଖିଆରେ କଦଳୀ ସାମିଲ କରନ୍ତୁ,କିନ୍ତୁ ଖାଲି ପେଟରେ ଜମା ଖାଆନ୍ତୁ ନାହିଁ।

ଅଧିକାଂଶ ଲୋକେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାନ୍ତି କିନ୍ତୁ ଏପରି କରିବା ଅନୁଚିତ୍ କାରଣ ରାତିରେ କଦଳୀ ଖାଇବା ଦ୍ବାରା ଆପଣ ରୋଗରେ ପଡ଼ି ପାରନ୍ତି।ଏହା ଦ୍ବାରା ଆପଣଙ୍କୁ କାଶ ହୋଇପାରେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ