ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ। ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ରାଜସ୍ଥାନର ରାଜଧାନୀ ଗୋଲାପି ସହର ଜୟପୁରକୁ ଯାତ୍ରା କରିପାରିବେ। ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ। ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା ସଫଳ ହୋଇପାରିଛି। ଆଜି ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରାଯାଇଥିବା ବେଳେ ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଇଣ୍ଡିଗୋର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଓ ଗୋଲାପି ସହର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବାକୁ ଓଡିଶା ସରକାର ଦାବି କରିଥିଲେ। ସେପ୍ଟେମ୍ବର ୧୭ରେ ଦୁଇ ସହର ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ତାଙ୍କର ହସ୍ତକ୍ଷେପ ଲୋଡି ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ ନଭେମ୍ବର ୨ରୁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବର୍ତ୍ତମାନ ୩ଟି ଇଣ୍ଡିଗୋ ବିମାନ ପ୍ରତି ସପ୍ତାହରେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ