ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇନକ୍ୟୁବେଟର ସେଣ୍ଟର, ପ୍ରସ୍ତୁତ ହେବ କୋଭିଡ଼ ଟୀକା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରସ୍ତୁତ ହେବ କୋଭିଡ୍ ଟିକା । ଭାରତ ବାୟୋଟେକ୍ ପକ୍ଷରୁ ପ୍ରତିଷ୍ଠା ହେବ ଇନକ୍ୟୁବେଟର ସେଣ୍ଟର । ଅନ୍ଧାରୁଆ ବାୟୋଟେକ୍ ପାର୍କରେ ପ୍ରତିଷ୍ଠା ହେବ ଏହି କାରଖାନା । ଏଥିପାଇଁ ୩ଶହ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଭାରତ ବାୟୋଟେକ । ଏଠାରେ ମ୍ୟାଲେରିଆ, ଜାପାନୀ ଏନସେଫାଲାଇଟିସ୍ ଟିକା ମଧ୍ୟ ପ୍ରସ୍ତୁତ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ଏକ ପ୍ରକଳ୍ପ ମଞ୍ଜୁରୀ ମିଳିଛି । ୧୫ ଦିନ ମଧ୍ୟରେ ଏହି କମ୍ପାନିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡଙ୍ଗୀ ଏନେଇ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଓ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ କ୍ଲିଅରାନ୍ସ ମିଳିବା ପରେ କମ୍ପାନିର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି । କୋଭିଡ ସହ ମ୍ୟାଲେରିଆ ଭ୍ୟାକସିନ୍ ମଧ୍ୟ ଏହିଠାରେ ପ୍ରସ୍ତୁତ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ