ଅପରାଧ ରାଜ୍ୟ

ଭୁବନେଶ୍ୱରରେ ତାରକା ହୋଟେଲ ବି ଅସୁରକ୍ଷିତ : ସଂସଦ ଅତିରିକ୍ତ ସଚିବଙ୍କ ଭ୍ୟାନିଟ୍‌ ଚୋରି, ସେଥିରେ ଥିଲା ହୀରାର ହାର ସହ ନଗଦ ଟଙ୍କା

ଭୁବନେଶ୍ୱର ୨୨। ୧୧: ଦିନକୁ ଦିନ ବଢ଼ୁଥିବା ଚୋରି, ଲୁଟ୍‌, ଛିନ୍‌ତାଇ କମିଶନରେଟ୍‌ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖାଲି ନିଛାଟିଆ ରାସ୍ତାଘାଟ କି ଲୋକଙ୍କ ଘର ନୁହେଁ, ସହରର ବଡ଼ ତାରକା ହୋଟେଲ ମଧ୍ୟ ଅସୁରକ୍ଷିତ ପାଲଟିଲାଣି । ଯାହାକି, ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏକ ବିବାହ ଉତ୍ସବକୁ ଯାଇଥିବା ସଂସଦର ଜଣେ ଅତିରିକ୍ତ ସଚିବ ଚୋରିର ଶିକାର ହୋଇଛନ୍ତି । ସେ ହେଉଛନ୍ତି, ଅନୀତା ଭଟ୍ଟ ପଣ୍ଡା । ଏନେଇ ଅନୀତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ରବିବାର ସନ୍ଧ୍ୟାରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଥିବା ଏକ ତାରକା ହୋଟେଲରେ ଅନୀତାଙ୍କ ଭାଣିଜୀଙ୍କ ବିବାହ ଉତ୍ସବ ଥିଲା। ଅନୀତା ଉକ୍ତ ଉତ୍ସବକୁ ଯାଇଥିଲେ । ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ଦେବା ପାଇଁ ତାଙ୍କ ଭ୍ୟାନିଟ୍‌ ବ୍ୟାଗକୁ ମଣ୍ଡପ କଡ଼ରେ ରଖି ଦେଇଥିଲେ । କିଛି ସମୟ ପରେ ଅନୀତା ମଣ୍ଡପରୁ ଫେରିକି ଦେଖନ୍ତି ତ, ରଖିଥିବା ସ୍ଥଳରୁ ତାଙ୍କ ଭ୍ୟାନିଟ୍‌ ଗାଏବ୍‌ । ଏହା ଦେଖି ଅନୀତାଙ୍କ ମୁଣ୍ଡ ଚକ୍କର କାଟିଥିଲା । ସେ ହୋଟେଲରେ ଆୟୋଜିତ କନଭେନସନ ହଲର ଚାରିଆଡେ ଖୋଜିଥିଲେ । ସୁରକ୍ଷାକର୍ମୀଙ୍କ ଜରିଆରେ ସିସି କ୍ୟାମେରା ମଧ୍ୟ ଯାଞ୍ଚ ହେଲା । କିନ୍ତୁ ତାଙ୍କ ଭ୍ୟାନିଟ୍‌ କେଉଁଠି ମିଳିଲାନି ।

ଶେଷରେ ନିରାଶ ହୋଇ ଅନୀତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଏତାଲା କପିରେ ଦର୍ଶାଯାଇଛି ଯେ ତାଙ୍କ ବ୍ୟାଗରେ ଏକ ହୀରା ହାର, ଏକ ସୁନା ଚେନ୍‌, ୪୫ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌, ୩ଟି ଚଷମା, ଘର ଚାବି ଓ କିଛି ପ୍ରସାଧାନ ସାମଗ୍ରୀ ଥିଲା । ବଡ଼ କଥା ହେଉଛି, ଉକ୍ତ ଭ୍ୟାନିଟ୍‌ରେ ଅନୀତାଙ୍କ ଆଇ-କାର୍ଡ ଥିଲା । ଯାହାକୁ, ଯେ କେହି ଅତି ସହଜରେ ଅପବ୍ୟବହାର କରିପାରେ । ଆଇ-କାର୍ଡ ଜରିଆରେ କୌଣସି ବ୍ୟକ୍ତି ସଂସଦ ଭବନରେ ପ୍ରବେଶ କରିବା ଆଶଙ୍କା ରହିଛି । ଏଥିପାଇଁ ଅଭିଯୋଗକୁ ଗୁରୁତର ସହ ନେଇ ତୁରନ୍ତ ଚୋରକୁ ଧରିବାକୁ ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ।

ସଂସଦର ଜଣେ ଅତିରିକ୍ତ ସଚିବ ରାଙ୍କର ଅଧିକାରୀଙ୍କଠାରୁ ଚୋରି ଖବର ପାଇ ନୂଆପଲ୍ଲୀ ଥାନା ପୁଲିସର ଚିନ୍ତା ବଢ଼ିଯାଇଛି । ଅଭିଯୋଗ କ୍ରମେ ପୁଲିସ୍‌ ଏକ ମାମଲା (୭୨୨/୨୨) କରିଛି । ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ତୁରନ୍ତ ଉକ୍ତ ତାରକା ହୋଟେଲକୁ ଯାଇ ଛାନ୍‌ଭିନ୍‌ ଚଳାଇଛି । ସିସି କ୍ୟାମେରା ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରିଛି । ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ଫୋନ୍‌ କରି ପଚରାଉଚରା କରାଯାଉଛି । ମୋବାଇଲ୍‌ ଫୋନ୍‌ ଖୋଜିବାକୁ ଆଇଏମଇଆଇ ନମ୍ବରକୁ ଟ୍ରାକ୍‌ରେ ପକାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।