ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୁବନେଶ୍ବର ଆଇଆଇଟିରେ ଆରମ୍ଭହେବ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ

ନୂଆଦିଲ୍ଲୀ : ଦେଶରେ ବୈଷୟିକ ବିଶେଷଜ୍ଞ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଆଇଆଇଟି ଏବେ ପ୍ରଥମ ଥର ପାଇଁ ଶିକ୍ଷକ ତିଆରି କରିବ। ଏହି ମର୍ମରେ ଆଇଆଇଟି ଭୁବନେଶ୍ବର ଓ ଖଡ଼ଗପୁରରେ ୨୦୨୩-୨୪ ଶିକ୍ଷା ବର୍ଷରେ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନ୍ୟାସନାଲ କାଉନସିଲ୍‌ ଅଫ୍‌ ଟିଚର୍‌ ଏଜୁ‌‌କେସନ୍‌ (ଏନ୍‌ସିଟିଇ) ପକ୍ଷରୁ ଦେଶର ବିଦ୍ୟାଳୟମାନଙ୍କ ପାଇଁ ଶିକ୍ଷକ ତିଆରି କରିବା ନି‌ମନ୍ତେ ଚାରି ବର୍ଷିଆ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିଇପି)କୁ ମଞ୍ଜୁରୀ ପ୍ରଦାନ କରିଛି।

ରାଷ୍ଟ୍ରୀୟ ପରୀକ୍ଷା ସଂସ୍ଥା (ଏନ୍‌ଟିଏ) ଦ୍ବାରା ଏହି ପରୀକ୍ଷା ଆୟୋଜିତ ହେବ। ରାଷ୍ଟ୍ରୀୟ ସଂଯୁକ୍ତ ପ୍ରବେଶ ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ଅନ୍ତିମ ଦିବସ ଜୁଲାଇ ୧୯ ରହିଛି। ଏନ୍‌ସିଟିଇ ତରଫରୁ ଯେଉଁ ୪୨ଟି ଶିକ୍ଷାନୁଷ୍ଠାନରେ ୪ ବର୍ଷିଆ ବିଏ- ବିଏଡ୍, ବିଏସ୍‌ସି-ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି, ସେଥିରେ ଆଇଆଇଟି ଭୁବନେଶ୍ବର ଓ ଖଡ଼ଗପୁରକୁ ସାମିଲ କରାଯାଇଛି। ସୂଚନା ଅନୁସାରେ ଏହି ଦୁଇଟି ଆଇଆଇଟି‌ରେ ୪ ବର୍ଷିୟା ବିଏଡ୍‌ ପାଠ୍ୟକ୍ରମ ପାଇଁ ୫୦ଟି ଲେଖାଏଁ ସିଟ୍‌ ନିର୍ଦ୍ଧାରଣ କରାଯାଇଛି। ଏଥି ସହିତ ତ୍ରିପୁରା, କାଲିକଟ, ହାଇଦ୍ରାବାଦ ଓ ପୁଡୁଚେରି ଏନ୍‌ଆଇଟିରେ ଚାରି ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରାଯିବ। ରାଷ୍ଟ୍ରୀୟ ସଂଯୁକ୍ତ ପ୍ରବେଶ ପରୀକ୍ଷା କମ୍ପୁଟର ଆଧାରିତ ପରୀକ୍ଷା ହେବ। ଇଂରାଜୀ ଓ ହିନ୍ଦୀ ସମେତ ୧୩ଟି ଭାଷାରେ ଏହା ଆୟୋଜିତ ହେବ। ପରୀକ୍ଷା ଦେଶର ୭୮ଟି ସହରରେ ଆୟୋଜିତ ହେବ। ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବାର ସମ୍ଭାବନା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ