ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ : ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଫୋକସରେ ୭ଟି ପ୍ରମୁଖ ସେକ୍ଟର

ଭୁବନେଶ୍ୱର ୩୦।୧୧: ଆଜିଠୁ ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ । ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଭୁବନେଶ୍ବର ଜନତା ମଇଦାନରେ ଏକାଠି ହେବେ ଦେଶର ଜଣାଶୁଣା ଶିଳ୍ପପତି। ଏକାଠି ହେବେ ଶିଳ୍ପପତି ଓ ରାଜ୍ୟ ସରକାର। ଶିଳ୍ପ ସମୃଦ୍ଧ ଓଡ଼ିଶାର ତିଆରି ହେବ ନକ୍ସା। ଏଥିପାଇଁ ଭୁବନେଶ୍ବର ଜନତା ମଇଦାନରରେ ବ୍ୟାପକ ଆୟୋଜନ କରାଯାଇଛି।

ତେବେ ଚଳିତ ବର୍ଷ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ରେ ଫୋକସରେ ଅଛି ୭ ଟି ପ୍ରମୁଖ ସେକ୍ଟର। । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି । ଏଥିରେ 100 ରୁ ଅଧିକ ଶିଳ୍ପପତି ଯୋଗ ଦେବାର ସମ୍ଭାବନା ରହିଛି। ୧୩୦ ଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଆର୍ସେଲର୍ ମିତ୍ତଲ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ୍.ଏନ୍ ମିତ୍ତଲ,ଆଦିତ୍ୟ ବିର୍ଲା ଗ୍ରୁପ୍ ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଜେଏସଡବ୍ଲୁ ଗ୍ରୁପ୍ ଚେୟାରମ୍ୟାନ ସଜନ ଜିନ୍ଦଲ, ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ,ଟାଟା ଷ୍ଟିଲ ଏମଡି ଟି. ଭି ନରେନ୍ଦ୍ରନ୍ ପ୍ରମୁଖ ମଧ୍ୟ ଯୋଗ ଦେବେ। ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀ ମେକ ଇନ ଓଡ଼ିଶାର କଣ୍ଟ୍ରି ପାର୍ଟନର ଅଛନ୍ତି। ଏଥିପାଇଁ ୧୧ ହଜାର ୬୦୦ ପଞ୍ଜିକରଣ ହୋଇଛନ୍ତି। ଏହାସହ ୧୨୪ ଜଣ ବକ୍ତା ରହିଛନ୍ତି।

ମେକ୍ ଇନ ଓଡ଼ିଶା କନକ୍ଲେଭ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ, ଟ୍ରାଫିକ ପର୍ଯ୍ୟନ୍ତ ସିକ୍ୟୁରିଟି ହୋଇଛି। ୧୦ ପ୍ଲାଟୁନ ପୋଲିସ ଫୋର୍ସ , ୨୧୩ ପୋଲିସ ଅଧିକାରୀ କର୍ମଚାର ଦାୟିତ୍ଵରେ ରହିବେ। ୧୨ ଏସିପି, ୩ ଆଡିସନାଲ ଡିସିପି , ୨୧ ଇନ୍ସପେକ୍ଟର , ୫୦ ଏସ.ଆଇ ଓ ଏ.ଏସ.ଆଇ ମୁତୟନ ହୋଇଛନ୍ତି। ସାଧାରଣ ଲୋକ କେବଳ ୪ ତାରିଖ ସନ୍ଧ୍ୟାରେ ଜନତା ମଇଦାନରେ ଆସି ବୁଲିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।