ଅପରାଧ ରାଜ୍ୟ

ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା, କଲ୍ୟାଣ ମଣ୍ଡପ ସିଲ୍‌ : ନାବାଳକ ଅଟକ

ସମ୍ବଲପୁର ୧୧।୦୫ : ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା । ସମ୍ବଲପୁର ବୁର୍ଲା ସଦେଇପାଲି କଲ୍ୟାଣ ମଣ୍ଡପରେ ନିକଟରେ ଯୁବକଙ୍କୁ ହତ୍ୟା ହୋଇଛି । ମୃତ ଯୁବକ ହେଲେ ସୁମିତ ଷଣ୍ଢ । କଥା କଟାକଟିରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଥିଲା । ମଙ୍ଗଳବାର ରାତିରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ପ୍ରଥମେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଗଲା । ଆଉ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଲ୍ୟାଣ ମଣ୍ଡପକୁ ସିଲ୍‌ କରିଛି । ମୃତକ ବୁର୍ଲା ସଦେଇପାଲିର ହ୍ରୁଦାନନ୍ଦ ଷଣ୍ଢ ଓ କଂଗ୍ରେସ ନେତ୍ରୀ ସୁଭଦ୍ରା ଷଣ୍ଠଙ୍କ ପୁତ୍ର ସୁମିତ ଷଣ୍ଢ ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।