ଅପରାଧ ରାଜ୍ୟ

ଭିସୁଟ ଛାତ୍ରବାସରେ ଗଣ୍ଡଗୋଳ, ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଶୃଙ୍ଖଳା କମିଟି

ସମ୍ବଲପୁର ୧୬।୦୫: ଭିସୁଟର ପୁଲହ ଛାତ୍ରବାସରେ ଗଣ୍ଡଗୋଳ । ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ସାଙ୍ଗକୁ ଭଙ୍ଗାରୁଜା କଲେ ଛାତ୍ର । ଘଟଣା ଘଟିବା ପରେ ଶୃଙ୍ଖଳା କମିଟି ବୈଠକ ବସିବା ସହ ସମ୍ପୃକ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ ।

ଖବର ଅନୁଯାୟୀ, ରବିବାର ରାତି ସମୟର ଇଟିସି ବିଭାଗର ଛାତ୍ର ଗେଟ୍ ସମ୍ମୁଖରେ କୌଣସି କଥାକୁ ନେଇ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳ କରିଥିଲେ । ପରେ ତାହା ଭୟଙ୍କର ରୂପ ଧାରଣ କରିଥିଲା । ଏପରିକି ଛାତ୍ରଜଣକ ଛାତ୍ରବାସର ଜିନିଷପତ୍ର ଫୋଫାଡିବା ସହ ଭଙ୍ଗାରୁଜା କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ରଙ୍କ ଉପରେ ୧୫ ହଜାର ଟଙ୍କାର ଜରିମାନା ଲଗାଯାଇଥିବା ବେଳେ ମରାମତି ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଛି ଶୃଙ୍ଖଳା କମିଟି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।