ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୭ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ଥିବା ଜଣାଯାଇଛି। ଭିମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କ ସୂଚନା ଅନୁସାରେ ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଣ୍ଟିଜେନ ଟେଷ୍ଟରେ ଉଭୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭିମସାର କୋଭିଡ ସେଣ୍ଟରରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳକୁ ଖସୁନଥିବା ବେଳେ, ଭିମସାରରେ ୨ ଶିଶୁଙ୍କ କରୋନା ପଜିଟିଭ୍ ବାହାରିବା ଚିନ୍ତାର ବିଷୟ ପାଲଟିଯାଇଛି। ଲକଡାଉନ୍ କଟକଣା କୋହଳ ହୋଇଥିବା ବେଳେ ସଂକ୍ରମଣ ପୁଣି ବଢିବନି ତ? ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ