ଅପରାଧ ରାଜ୍ୟ

ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ଦୁଇଟି ମୃତଦେହ, କାରଣ ଖୋଜୁଛି ପୋଲିସ

ଦେବଗଡ଼ ୧୬।୧୧ : ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଦୁଇଟି ଅପମୃତ୍ୟୁ ମାମଲା । ଦୁଇଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାରେ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି ପୋଲିସ ।

କଣ୍ଟାପାଲି ଗ୍ରାମ ପଞ୍ଚାୟତ ବୈଷ୍ଣବପାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ବୈଷ୍ଣବପାଲି ଗାଁର ଲାଣ୍ଡୁ ମୁଣ୍ଡାଙ୍କ ପୁଅ ୨୩ ବର୍ଷୀୟ ପୁଅ ନାଗେନ୍‌ ମୁଣ୍ଡା ବୋଲି ଜଣାପଡିଛି । ମଙ୍ଗଳବାର ସଂଧ୍ୟାରୁ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରକୁ ଟିଭି ଦେଖିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ଖବର ମିଳିନଥିଲା । ଶେଷରେ ବୁଧବାର ଦିନ ସକାଳୁ ତାଙ୍କ ମୃତଦେହ ପୋଖରୀରୁ ଠାବ ହୋଇଥିଲା । ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସେହିପରି ଦେବଗଡ ଆଦର୍ଶ ଥାନା ବିଜୟନଗର ଗ୍ରାମରେ ଜମି ହୁଡାରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଜୟନଗର ଗ୍ରାମର ୫୩ ବର୍ଷ ବୟସ୍କ ବୁଧୁରାମ ମାଝୀ । ମୃତ ବୁଧୁରାମ ମଙ୍ଗଳବାର ଠାରୁ ଘରୁ ନିଖୋଜ ଥିଲେ। ବୁଧବାର ସକାଳେ ତାଙ୍କ ମୃତଦେହ ଜମି ହୁଡାରେ ପଡିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି । ଉଭୟ ଘଟଣାରେ ମୃତ୍ୟୁର କାରଣ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।