ଅପରାଧ ରାଜ୍ୟ

ଭିନ୍ନମୋଡ଼ ନେଲା ପରିବାରର ୩ ମୃତ୍ୟୁ ଘଟଣା

କଟକ : ବିଷାକ୍ତ ଚାଟ୍‌ ଖାଇ ‌ମା’, ପୁଅ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି। ନିଜ ସ୍ତ୍ରୀ ଓ ଦୁଇପିଲାଙ୍କୁ ବାପା ବିଷ ଦେଇ ହତ୍ୟା କରିଥିବା ନେଇ ଶ୍ବଶୁର ଅଭିଯୋଗ କରିଛନ୍ତି। ବଡ଼ମ୍ବା ପୁଲିସ ଅଭିଯୋଗକୁ ଭିତ୍ତିକରି ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପଟେ ଶବବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆସି ନ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନି। ରିପୋର୍ଟ ମିଳିବାପରେ ପୁଲିସ ରୁଜୁ କରିଥିବା ହତ୍ୟା ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସ୍ବାମୀ ଗୋବିନ୍ଦ ପାତ୍ରଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

ଗତ ୪ତାରିଖ ଦିନ ବଡ଼ମ୍ବା ବ୍ଳକ୍‌ ଅଭିମାନପୁର ପଞ୍ଚାୟତର ବୀରବରପୁର ଗ୍ରାମରେ ଏହି ଘଟଣା ଘଟିଥିଲା। କୁହାଯାଉଛି ଯେ, ଘଟଣାର ପୂର୍ବଦିନ ସନ୍ଧ୍ୟା‌ରେ ଚାଟ୍‌ ତିଆରି କରି ପରିବାରର ସମସ୍ତେ ଖାଇଥିଲେ। ଏହାପରେ ରାତିରେ ସମସ୍ତେ ଝାଡ଼ା, ବାନ୍ତିରେ ଆକ୍ରାନ୍ତ ହୋଇ ପରଦିନ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ରୁଚିକା ପାତ୍ର(୮) ଓ ପରେ ପୁଅ ରୁଦ୍ରପ୍ରସାଦର ମୃତ୍ୟୁ ହୋଇଥିଲା। ତା’ପରଦିନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମା’ ରୁନୁବାଳା (୩୬)ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। କିନ୍ତୁ, ବାପା ଗୋବିନ୍ଦ ପାତ୍ର ( ୪୧) ସୁସ୍ଥ ହୋଇ ଘରକୁ ଫେରିଥିଲେ। ବିଷାକ୍ତ ଖାଦ୍ୟ ଯୋଗୁଁ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ, ପୁଅ ଓ ଝିଅଙ୍କ ଶବ ବ୍ୟବଚ୍ଛେଦ କରାଯାଇ ନ ଥିବାରୁ ତଥ୍ୟ ଯୋଗାଡ଼ କରିବାରେ ପୁଲିସ ପାଇଁ ସମସ୍ୟା ଦେଖାଦେଇଛି। କେବଳ ମା’ଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ଅନ୍ୟପକ୍ଷରେ, ଗୋବିନ୍ଦ ସୁସ୍ଥ ହୋଇ ଘରକୁ ଫେରିବା ଓ ତାଙ୍କ ଗତିବିଧିକୁ ନେଇ ତାଙ୍କ ଶ୍ବଶୁର ଘର ଲୋକଙ୍କ ସନ୍ଦେହ ଦେଖାଦେଇଛି। ଜ୍ବାଇଁ ଗୋବିନ୍ଦ ଖାଦ୍ୟରେ ବିଷ ଦେଇ ସେମାନଙ୍କୁ ମାରିଦେଇଥିବା ନେଇ ଶ୍ବଶୁର କୈଳାସ ପାତ୍ର ବଡ଼ମ୍ବା ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରିବା ସହିତ ଗୋବିନ୍ଦଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ବଡ଼ମ୍ବା‌ ଥାନା ଅଧିକା‌ରୀ ରଂଜନ ଦାସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।