ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୨୯।୦୯ : IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଭୁବନେଶ୍ବର ରୁପାଲି ଛକନିକଟରେ ଥିବା IDCO ଅଫିସ, ଭୁବନେଶ୍ବର କୋରଡକଣ୍ଟାସ୍ଥିତ ତିନି ମହଲା ଘର, ଭୁବନେଶ୍ବର ଝାରପଡା ନୀଳାଦ୍ରିନଗରସ୍ଥିତ ଘର, ଉତ୍ତରା ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ପୁରୀ ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବେଲତଳା ସ୍ଥିତ ଗୋଟିଏ ତିନି ମହଲା ଘରେ ଚଢାଉ ଜାରି ରହିଛି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ହାସଲ ହୋଇନାହିଁ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଲାଛି ଚଢାଉ ଚାଲିଛି । ଏହି ଚଢାଉରେ ୨ ଜଣ ଡିଏସ୍‌ପି, ୧୦ ଇନସ୍ପେକ୍ଟର, ୫ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।