ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଜିଲାନ୍ସ ଇତିହାସରେ ରେକର୍ଡ: ୧୬୦ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ବର, : ଚଳିତ ବର୍ଷ ଭିଜିଲାନ୍ସ ଚଢ଼ଉ ବେଳେ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ଏହାସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ଏତେ ପରିମାଣର ଟଙ୍କା କେବେ ଜବତ ‌ହୋଇ ନଥିଲା। କେବଳ ଏତିକୁ ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୫ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜନିତ ମାମଲା ହୋଇଥିବା ବେଳେ ୧୧୪ଟି ଲାଞ୍ଚ ନେବା ମାମଲା। ଚଳିତ ବର୍ଷ ୪ଟି ଆୟ ବର୍ହିଭୂତ ସମ୍ପତ୍ତି ଜନିତ ମାମଲା ଭିଜିଲାନ୍ସ ପାଇଁ ଏକ ଉଦାହରଣ ହୋଇ ରହିବ। ସେଥିମଧ୍ୟରୁ ଇଡକଲ୍ ଡେପୁଟି ମ୍ୟାନେଜର ଗୟାଙ୍କ ମାମଲା ଅନ୍ୟତମ। ବଡ଼ କଥା ହେଉଛି ଏହି ବର୍ଷ ୬୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଏହା ଗତ ୫ ବର୍ଷ ମଧ୍ୟରେ ପ୍ରଥମ।

ସେହିପରି ଚଳିତ ବର୍ଷ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବାରେ ମଧ୍ୟ ରେକର୍ଡ କରିଛି। ଚଳିତ ବର୍ଷ ୮୭ ଜଣଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇଛି। ଯାହାକି ମାମଲାର ୫୦ ପ୍ରତିଶତ ବୋଲି ସୂଚନା‌ ଦେଇଛନ୍ତି ଭିଜିଲାନ୍ସ ନି‌ର୍ଦେଶକ ଯଶୱନ୍ତ ଜେଠୱା। ଆଜି ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ଜାତୀୟ ରେକର୍ଡ ଦୃଷ୍ଟିରୁ ଚଢ଼ଉ ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବାରେ ଗତବର୍ଷ ରାଜ୍ୟ ଭିଜିଲାନ୍ସର ପ୍ରଦର୍ଶନ ସବୁଠାରୁ ଭଲ ଥିଲା। ଚଳିତ ବର୍ଷ ମଧ୍ୟ ଏହା ବଜାୟ ରହିବ ବୋଲି‌ ସେ ଆଶା ପ୍ରକାଶ କରିଛନ୍ତି।

ଇତିମଧ୍ୟରେ କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତ୍ର୍ରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କଠାରୁ ସର୍ବମୋଟ ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଗୟା ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ୪୪ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ତାଙ୍କୁ ଘରୁ ନଗଦ ୧ କୋଟି ୪୪ ହଜାର ୫ଶହ ଟଙ୍କା ଜବତ ହୋଇଛି। ଗୟାଙ୍କ ଭୁବନେଶ୍ବର ମଞ୍ଚେଶ୍ବରରେ ଶିଳ୍ପାଞ୍ଚଳରେ ଏକ ୩ ମହଲା ଘର, ଜୟଦେବ ବିହାରରେ ନିର୍ମାଣାଧୀନ ୪ ମହଲା କୋଠାଘର, ଭୁବନେଶ୍ବରରେ ୭ଟି, ଯାଜପୁରରେ ୫ଟି ଓ ନୟାଗଡ଼ରେ ଗୋଟିଏ ପ୍ଲଟ ରହିଛି। ସେହିପରି ଗୟାଙ୍କର ୧ କେଜି ୯୬ ଗ୍ରାମ ସୁନା ଗହଣା ଓ ୭ କେଜି ୫ଶହ ଗ୍ରାମ ରୁପା ଗହଣା, ୨ଟି କାର ଓ ୪ ଟି ବାଇକ ଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।