ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିକାରି ରାକେଟ ନେଇ ରାଜ୍ୟ ସରକାରଙ୍କୁ ଏନଏଚଆରସିଙ୍କ ଚେତାବନୀ: ନିରାକରଣ ଏବଂ ନିୟନ୍ତ୍ରଣ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ବର : ଭିକାରି ରାକେଟ୍‌କୁ ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଅନ୍ତିମ ଚେତାବନୀ ଦେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)। ଏସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ ସହିତ ଏହାର ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ କ’ଣ ପଦକ୍ଷେପ ଗ୍ରହଣ ହୋଇଛି ସେ ନେଇ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି। କୌଣସି ପରିସ୍ଥିତିରେ ଏହି ରିପୋର୍ଟ ଦାଖଲ କରିବାରେ ବିଭାଗ ବିଫଳ ହେଲେ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନିର୍ଦ୍ଦେଶ ହୋଇଛି। ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଭିକାରି ରାକେଟର ଦୁଇଟି ଘଟଣା ସହିତ ଏକ ପିଟିସନ ଏନଏଚଆରସିଙ୍କ ନିକଟରେ ଦାଖଲ କରିବା ପରେ ଏହି ନିର୍ଦ୍ଦେଶ ହୋଇଛି।

Tribune India

ପିଟିସନରେ କୁହାଯାଇଛି, ଆଜିବି ଓଡ଼ିଶାରେ ଭିକାରି ରାକେଟ ସକ୍ରିୟ ଥିବାରୁ ଗରିବ ଶିଶୁ, ମହିଳା ଏବଂ ଭିନ୍ନକ୍ଷମଙ୍କୁ ଜୋର୍‌ ଜବରଦସ୍ତି ଏଥିରେ ସାମିଲ କରାଯାଉଛି। କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ମଦ୍ୟପାନ ଅଭ୍ୟାସ ଯୋଗୁଁ ୩ ନାବାଳକ ଭିକାରି ରୢାକେଟର ଶିକାର ହୋଇଥିଲେ। ଏହାକୁ ନେଇ ରିପୋର୍ଟ ଦାଖଲ ପାଇଁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲେ ମଧ୍ୟ ରିପୋର୍ଟ ଦାଖଲ ହୋଇ ନାହିଁ। ମହାରାଷ୍ଟ୍ରର ସୋଲାପୁରର ଶିଶୁମାନଙ୍କୁ ଏଭଳି ରୢାକେଟରେ ସାମିଲ କରିବା ପାଇଁ ବଳପୂର୍ବକ ଅପହରଣ କରାଯାଉଛି। ରାସ୍ତାକଡ଼ର ଭିକାରିମାନଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ସ୍ମାଇଲ ଉପ-ଯୋଜନା ହାତକୁ ନିଆଯାଇଛି। ଏହାର ଅନ୍ତର୍ଗତରେ ଭିକାରିଙ୍କ ପାଇଁ ଆଶ୍ରୟ ଗୃହ, ଖାଦ୍ୟ, ପୋଷାକ, ସ୍ବାସ୍ଥ୍ୟ ଯତ୍ନ, କାଉନସେଲିଂ ଏବଂ ଥଇଥାନ କରାଯାଉଛି। ଥଇଥାନ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷା ପାଇଁ ବ୍ରିଜ ପାଠ୍ୟକ୍ରମ, ଦକ୍ଷତା ବୃଦ୍ଧି, ଭୋକେସନାଲ ଟ୍ରେନିଂ ସହିତ ବ୍ୟବସାୟ ପାଇଁ ସରକାରୀ ସହାୟତାର ବ୍ୟବସ୍ଥା ରହିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶର ୧୯ ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବତନ୍ତ୍ର ଭାବରେ ଭିକାରି ନିରୋଧ ଆଇନ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।