ମନୋରଞ୍ଜନ ରାଜ୍ୟ ଲାଇଫ୍ ଷ୍ଟାଇଲ

ଭାଲେଣ୍ଟାଇନ୍ ଡେ’ ପାଳିବାକୁ ପୁରୀ ଆସିଥିଲେ ପ୍ରେମୀଯୁଗଳ, ଝଗଡା ହେବାକୁ କଫ୍ ସିରପ୍ ପିଇଦେଲେ ପ୍ରେମିକା

ପୁରୀ ୧୦।୨: ଆଉ ପିଇବିନି ଧନ, ବଞ୍ଚେଇ ଦେ ମତେ… ମରିଯିବି କାଳେ ଧରିପକା ମତେ… ଭାଲେଣ୍ଟାଇନ୍ ସପ୍ତାହ କାଟିବା ପାଇଁ ତାଳଚେରରୁ ପୁରୀ ଆସି ଏକ ହୋଟେଲରେ ରହିଥିଲେ ପ୍ରେମୀଯୁଗଳ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ଜଣକ କଫ୍ ସିରପ୍ ପିଇ ଦେଇଥିଲେ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ପ୍ରେମିକାକୁ ପ୍ରେମିକ ଜଣଙ୍କ ହସପିଟାଲରେ ଆଣି ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ପ୍ରେମିକାର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବାବେଳେ କାଳେ କ’ଣ ହୋଇଯିବ ସେହି ଭୟରେ ପ୍ରେମିକକୁ ଜାବୁଡି ଧରିଥିଲେ ପ୍ରେମିକା। ଆଉ କହୁଥିଲେ, ଆଉ ପିଇବିନି ଧନ, ବଞ୍ଚେଇ ଦେ ମତେ… ମରିଯିବି କାଳେ ଧରିପକା ମତେ ।

ତେବେ ଭାଲେଣ୍ଟାଇନ୍ ସପ୍ତାହ ପାଳିବାକୁ ଏହି ଦୁଇ ପ୍ରେମୀଯୁଗଳ ପୁରୀ ଆସିଥିବା ବେଳେ ପ୍ରଥମେ ରୋଜ୍ ଡେ’ ଓ ବୁଧବାର ପ୍ରପୋଜ ଡେ’ ପାଳିଥିଲେ । ଶୁକ୍ରବାର ଶ୍ରୀମନ୍ଦିରଠାରେ ପ୍ରୋମିଜ୍ ଡେ’ ପାଳି ତାଳଚେର ଫେରିଥାନ୍ତେ। କିନ୍ତୁ ବୁଧବାର କୌଣସି କାରଣକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ପ୍ରେମିକା ଜଣକ କଫସିରପ୍ ପିଇ ହସ୍ପିଟାଲରେ ପ୍ରେମିକକୁ ନାକେଦମ କରିଥିଲେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା