ଖେଳ

ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି୨୦ : ସିରିଜ୍ ଜିତିବା ଲକ୍ଷ୍ୟରେ ଉଭୟ ଦଳ, ଟିମ୍ ଇଣ୍ଡିଆ ପାଇଁ ଟେନସନ୍ କରୋନା

କଲୋମ୍ବୋ ୨୯/୦୭: ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି୨୦ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଆଜିର ମ୍ୟାଚ୍ ଯିଏ ଜିତିବ ସେ ଚାମ୍ପିଅନ ହେବ । ଭାରତୀୟ ଦଳ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହେଉଛି କରୋନା । ଦଳର ୮ ଅଭିଜ୍ଞ ଖେଳାଳି ଆଇସୋଲେସନରେ ରହିଛନ୍ତି ।

ପ୍ରଥମ ଟି୨୦କୁ ଅତି ସହଜରେ ଜିତିଥିଲା ଟିମ୍ ଇଣ୍ଡିଆ । ଶିଖର ଧାଓ୍ୱାନ, ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟିଂ ଓ ଭୁବନେଶ୍ୱର କୁମାର ଦମଦାର ବୋଲିଂ କରିଥିଲେ । ଦଳ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଦିନିକିଆରେ ସବୁ ବିଗିଡି ଗଲା । ଦଳ ଖେଳାଳି କୃଣାଲ ପାଣ୍ଡ୍ୟା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସହ ମିଶିଥିଲା ଆଉ ୮ ଖେଳାଳି ମଧ୍ୟ ଆଇସୋଲେସନରେ ରହିଛନ୍ତି ।

ଅଭିଜ୍ଞ ଖେଳାଳି ଆଇସୋଲେସନରେ ଥିବାରୁ ଦ୍ୱିତୀୟ ଟି୨୦ରେ ଶିଖରଙ୍କ ଟିମ୍ ଅନଭିଜ୍ଞ ଖେଳାଳିଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୧୩୨ ରନ୍ କରିପାରିଥିଲା । ଜବାବରେ ଶ୍ରୀଲଙ୍କା ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟି୨୦ ରୋମାଞ୍ଚକର ରହିବ । କାରଣ ମ୍ୟାଚ୍ ଜିତିବା ଦଳ ସିରିଜ ଜିତିବ । ଅନଭିଜ୍ଞ ଭାରତ ଦଳ ପରାଜୟକୁ ଭୁଲି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ନବାଗତ ଖେଳାଳିମାନଙ୍କ ପାଇଁ ସୁଯୋଗ ରହିଛି । ଯାହାର ସତବ୍ୟବହାର ପାଇଁ ସେମାନେ ଉଦ୍ୟମ କରିବେ । ସେହିପରି ଶ୍ରୀଲଙ୍କା ମଧ୍ୟ ଭାରତର ଦୁର୍ବଳତାର ଫାଇଦା ଉଠାଇ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ