ଖେଳ

ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ୍ : ପ୍ରଥମ ମୁକାବିଲାରେ ଟିମ୍ ଇଣ୍ଡିଆ ଫେଭରେଟ୍, ବରୁଣ କରିପାରନ୍ତି ପଦାର୍ପଣ

ନୂଆଦିଲ୍ଲୀ,୨୫/୦୭: ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜରେ ବିଜୟୀ ହେବା ପରେ ଏବେ ଟି୨୦ ସିରିଜ ଉପରେ ଲକ୍ଷ୍ୟ ରଖିଛି । ରବିବାର ସିରିଜର ପ୍ରଥମ ଟି୨୦ ମୁକାବିଲା ଖେଳାଯିବ । ଏହି ସିରିଜରେ ମଧ୍ୟ କୋଚ ରାହୁଲ ଦ୍ରାବିଡ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି । ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ରବିବାର ପଦାର୍ପଣ କରିପାରନ୍ତି ।

ସେ ଦୁଇ ଥର ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ସୁଯୋଗ ମିଳିନଥିଲା । ଏବେ ସେ ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି । ଭାରତ ହେଉଛି ଟି୨୦ ଫର୍ମାଟର ଦ୍ୱିତୀୟ ସଫଳ ଟିମ୍ । କିନ୍ତୁ ଶ୍ରୀଲଙ୍କା ଟି୨୦ରେ ଦୁର୍ବଳ ଟିମ୍ । ଦଳ ସର୍ବାଧିକ ୭୧ଟି ମୁକାବିଲା ହାରିଛି । ଏହା ମଧ୍ୟରେ ଭାରତ ଦିନିକିଆର ସଫଳତା ଦୋହରାଇବାକୁ ପ୍ରୟାସ କରିବ । ଦଳକୁ ସିରିଜ ଜିତିବାରେ ଅଧିକ ପରିଶ୍ରମ କରିବାକୁ ହେବ ନାହିଁ ।

ତେବେ ଶ୍ରୀଲଙ୍କା ଶେଷ ଦୁଇଟି ଦିନିକିଆରେ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲା । ଦ୍ୱିତୀୟ ମ୍ୟାଚରେ ଦୀପକ ଚହରଙ୍କ ଦମଦାର ବ୍ୟାଟିଂ ବିଜୟ ଦେଇଥିଲା । ଏହାସହ ଶେଷ ଦିନିକିଆରେ ଦଳ ୫ଟି ପରିବର୍ତ୍ତନ କରିଥିଲା । ଏହାର ଫାଇଦା ଶ୍ରୀଲଙ୍କାକୁ ମିଳିଥିଲା । ଫଳରେ ସିଂହଳ ସହଜରେ ମ୍ୟାଚ୍ ଜିତିନେଇଥିଲା ।

ଏବେସୁଦ୍ଧା ଭାରତ ଓ ଶ୍ରୀଲଙ୍କା ୧୯ଟି ଟି୨୦ ମୁକାବିଲା ଖେଳିଛନ୍ତି । ଭାରତ ୧୩ଟି ମୁକାବିଲା ଜିତିଥିବା ବେଳେ ଶ୍ରୀଲଙ୍କା ୫ଟି ମୁକାବିଲା ଜିତିଛି । ଉଭୟ ଦଳ ୭ଟି ଦ୍ୱିପାକ୍ଷିକ ମୁକାବିଲା ଖେଳିଛନ୍ତି । ଭାରତ ୬ଟି ସିରିଜ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି । ଶ୍ରୀଲଙ୍କା ଏବେସୁଦ୍ଧା ଗୋଟିଏ ବି ସିରିଜ୍ ଜିତିପାରିନାହିଁ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ