ଖେଳ ଦେଶ ବିଦେଶ

ଭାରତ-ବାଂଲାଦେଶ ଦିନିକିଆ; ସୁପର ସନ୍‌ଡେ’ରେ ହେବ ସୁପର ଫାଇଟ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମୀରପୁର,୦୪/୧୨: ଭାରତ-ବାଂଲାଦେଶ ଦିନିକିଆ ସରିଜ୍ । ରବିବାର ଅର୍ଥାତ୍ ଆଜି ଠାରୁ ଆରମ୍ଭ ହେଉଛି ଅଭିଯାନ । ଦିନ ସାଢେ ୧୧ଟାରେ ଶେରେ ବାଂଲା ଷ୍ଟାଡିୟମ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଟିମ୍ ଇଣ୍ଡିଆର ପଲା ଭାରି ରହିଥିଲେ ମଧ୍ଯ ମ୍ୟାଚରେ ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ ବାଂଲାଦେଶ ଟିମ୍ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ଇଶାନ କିଷନ, ରଜତ ପାତିଦାର, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।

ଭାରତ ବିପକ୍ଷରେ ବାଂଲାଦେଶ ଆଜି ପର୍ଯ୍ୟନ୍ତ ମୋଟ୍‌ ୫ଟି ଦିନିକିଆ ଜିତିଛି । ଶେଷ ଥର ପାଇଁ ବାଂଲାଦେଶ ୨୦୧୫ରେ ଭାରତକୁ ହରାଇଥିଲା । ଏଥର ଭାରତକୁ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବା ପାଇଁ ବାଂଲାଦେଶ ସ୍ପିନର ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି । ନିକଟରେ ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କ ବିପକ୍ଷରେ ବାରମ୍ବାର ତ୍ରୁଟି କରୁଥିବା ଦେଖିବାକୁ ମିଳିଥିଲା ।

ଅଧିନାୟକ ଲିଟନ ଦାସଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ବାଂଲାଦେଶ ଟିମ୍ । ଚଳିତ ବର୍ଷ ଶ୍ରେଷ୍ଠ ଫର୍ମରେ ରହିଛନ୍ତି ଲିଟନ ଦାସ । ବିଶ୍ବକପରେ ଭାରତ ବିରୋଧରେ ଚମତ୍କାର ଇନିଂସ ଦେଖିଥିଲେ ଲିଟନ । ଚଳିତ ବର୍ଷ ସମସ୍ତ ଫର୍ମାଟ୍‌କୁ ମିଶାଇ ଲିଟନ ମୋଟ୍‌ ୧୭୦୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରୁ କେବଳ ଦିନିକିଆ ୫୦୦ ରନ୍‌ ରହିଛି । ଷ୍ଟାର ବ୍ୟାଟର ସାକିବ ଅଲ୍‌ ହାସନ ଓ ମୁସଫିକର ରହିମଙ୍କ ଉପରେ ବାଂଲା ଫ୍ୟାନଙ୍କ ନଜର ରହିବ । ତାମିମ ଇକବାଲ ଆହତ ହୋଇ ବାଦ ପଡ଼ିଥିବାରୁ ସାକିବ ୩ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି । ସେହିପରି ଆହତ ପେସ୍‌ ବୋଲର ଟସ୍କିନ ଅହମ୍ମଦଙ୍କ ସ୍ଥାନରେ ଇବାଦତ ହୋସେନଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ସେ ୩୦ ରନ୍‌ କଲେ ବାଂଲାଦେଶ ମାଟିରେ ୧୦୦୦ ରନ ପୂରଣ କରିବେ । ଶେଷ ୮ଟି ଦିନିକିଆରେ କୋହଲି ୨୧.୮୭ ହାରରେ ରନ୍‌ ସଂଗ୍ରହ କରିଥିଲେ । ବର୍ତ୍ତମାନ ସେ ଫର୍ମକୁ ଫେରିସାରିଛନ୍ତି ।

ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ଆହତ ହେବା ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି । ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି ଓ ଯୁବ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିଛି । ସାମିଙ୍କ ଅନୁପସ୍ଥିତିରେ ଉଭୟ ସର୍ଦୁଲ ଠାକୁର ଓ ଦୀପକ ଚହରଙ୍କୁ ପ୍ରାଥମିକତା ମିଳିପାରେ । ନଚେତ୍ ନବାଗତ କୁଲଦୀପ ସେନ ଟିମ୍‌ରେ ପଦାର୍ପଣ କରିବେ ।

ଶେରେ ବାଂଲା ଷ୍ଟାଡିୟମ୍‌ ମୁଖ୍ୟତଃ ବ୍ୟାଟରଙ୍କୁ ସୁହାଇବ । ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ସମ୍ଭାବନା ଅଧିକ । ସ୍ପିନରମାନେ ମଧ୍ୟ ପିଚ୍‌ରୁ ଫାଇଦା ଉଠାଇ ପାରିବେ । ଅବଶ୍ୟ ନୂଆ ବଲ୍‌ରେ ସୁଇଂ ମିଳିବା ଆଶା କରାଯାଉଛି । ଏହି ସିରିଜରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନି ଦିନିକିଆ ମ୍ୟାଚ୍ ଖେଳାଯିବ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ