ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ପ୍ରତି ସମଗ୍ର ବିଶ୍ବ ସହାନୁଭୂତି ଦେଖାଇଛି: ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା କଥାରେ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତରେ ଗୋଟାଏ ହୃଦୟବିଦାରକ ଦୁର୍ଘଟଣା ଘଟିଲା ଏବଂ ସମଗ୍ର ବିଶ୍ବ ଭାରତ ପ୍ରତି ସହାନୁଭୂତି ପ୍ରଦର୍ଶନ କଲା ବୋଲି ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଖବର ପ୍ରସାରିତ ହେବା ପରେ ସମଗ୍ର ବିଶ୍ବର ନେତୃବୃନ୍ଦ ପଠାଇଥିବା ସମବେଦନା ବାର୍ତ୍ତା ସବୁକୁ ଉଦ୍ଦେଶ୍ୟ କରି ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ବ ସହିତ ଭାରତ କିପରି ନିବିଡ଼, ତାହା ଏହି ସହାନୁଭୂତି ଦର୍ଶାଉଛି।

ନାମିବ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେବା ସମୟରେ ଜୟଶଙ୍କର କହିଛନ୍ତି, ସମଗ୍ର ବିଶ୍ବରୁ ଅନେକ ନେତା ଏବଂ ନାମିବ୍ୟାର ବୈଦେଶିକ ମନ୍ତ୍ରୀ ଶୋକବ୍ୟକ୍ତ କରି ସମବେଦନା ଜଣାଇଛନ୍ତି। ଏଥିରୁ ବିଶ୍ବରେ ଭାରତର ଗୁରୁତ୍ବ କେତେ ତାହା ଜଣାପଡ଼ିଯାଉଛି।

ପୂର୍ବରୁ ନିଜେ ଜୟଶଙ୍କର ମଧ୍ୟ ଏହି ରେଳ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ସଶରୀରେ ମୁଁ ଏଠାରେ ଅଛି କିନ୍ତୁ, ମୋ ମନ ଅଛି ଭାରତରେ। ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଆଜିର ଏହି ପ୍ରାର୍ଥନା।

ଉଲ୍ଲେଖଯୋଗ୍ୟ, ନାମିବ୍ୟା ସହିତ ଦ୍ବିପାକ୍ଷିତ ସମ୍ପର୍କ ବୃଦ୍ଧି କରିବା ନିମନ୍ତେ ରବିବାର ଦିନ ଜୟଶଙ୍କର ରାଜଧାନୀ ୱିଣ୍ଡ୍‌ହୋଏକ୍‌ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗର ଉପମନ୍ତ୍ରୀ ଜେନେଲି ମାତୁଣ୍ଡୁ ସ୍ବାଗତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ