ଖେଳ ଦେଶ ବିଦେଶ

‘ଭାରତ ନିଶ୍ଚୟ ଟି୨୦ ବିଶ୍ୱକପ୍ ଜିତିବ’ : ବଡ ଦାବି କଲେ ଏହି ଷ୍ଟାର୍ କ୍ରିକେଟର

ନୂଆଦିଲ୍ଲୀ ୦୬/୦୬: କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟସମ୍ୟାନ୍ ଭେଙ୍କଟେଶ ଆୟର ଆଇପିଏଲ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେ ୧୨ଟି ମ୍ୟାଚରୁ ୧୬.୫୫ ଆଭରେଜରେ ୧୮୨ ରନ୍ କରିଥିଲେ । ଏହି ଖରାପ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭାରତୀୟ ଦଳରେ ସ୍ଥାନ ମିଳିଛି ।

ଏହା ମଧ୍ୟରେ ଭେଙ୍କଟେଶ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ଏହାସହ ଦଳର ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଦଳ ନିଶ୍ଚିତ ଭାବେ ଟି୨୦ ବିଶ୍ୱକପ ଜିତିବାକୁ ଯାଉଛି ।

ସେ ଆହୁରି କହିଛନ୍ତି ଯେ, ଗତ ଟି୨୦ ବିଶ୍ୱକପରୁ ସେମାନେ ବଡ ଗୋଲ ହାସଲ ଲକ୍ଷ୍ୟରେ ଅଛନ୍ତି । ଯାହା ହେଉଛି ଆସନ୍ତା ଟି୨୦ ବିଶ୍ୱକପ୍ । ଚଳିତ ଥର ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ବିଶ୍ୱକପ ଜିତିବ । ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ମଧ୍ୟରୁ ଅନ୍ୟତମ । ଦକ୍ଷିଣ ଆଫ୍ରିକା ଏକ ଭଲ ଟିମ୍ । ସେମାନଙ୍କ ବିପକ୍ଷରେ ଭାରତ ସିରିଜ୍ ଜିତିବାକୁ ପ୍ରୟାସ କରିବ । ତାଙ୍କୁ ସୁଯୋଗ ମିଳିଲେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।

ଭେଙ୍କଟେଶ ଆହୁରି କହିଛନ୍ତି ଯେ, ଅଲରାଉଣ୍ଡର ଖେଳାଳି ଦଳ ପାଇଁ ଭଲ । ସବୁ ଖେଳାଳି ଭାରତ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି । ଦେଶ ପାଇଁ ଖେଳିବା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ