ଦେଶ ବିଦେଶ ରାଜନୀତି

ଭାରତ ଜୋଡ଼ୋ ଯାତ୍ରାରେ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧୀ, ରାହୁଲଙ୍କ ସହ ଏକାଠି ଚାଲିଲେ ଭିଣୋଇ ରବର୍ଟ ଭଦ୍ରା

ନୂଆଦିଲ୍ଳୀ, ୨୪/୧୧: ଭାରତ ଜୋଡ଼ୋ ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ପତି ରବର୍ଟ ଭଦ୍ରାଙ୍କ ସହ ପହଞ୍ଚିଛନ୍ତି। ମଧ୍ୟପ୍ରଦେଶର ଖଣ୍ଡବାରେ ରାହୁଲ ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଭିଣୋଇ ରବର୍ଟ ଭଦ୍ରା ଯୋଗ ଦେଇଛନ୍ତି। ରାହୁଲଙ୍କ ସହ ଉଭୟ କଦମତାଲ କରୁଥିବାର ନଜର ଆସିଛନ୍ତି। ଏହି ସମୟରେ ପ୍ରିୟଙ୍କା ଏବଂ ରବର୍ଟ ଭଦ୍ରାଙ୍କ ପଛରେ ତାଙ୍କ ପୁଅ ରେହାନ ମଧ୍ୟ ନଜର ଆସିଥିଲେ।

କଂଗ୍ରେସର ଭାରତ ଜୋଡ଼ୋ ଯାତ୍ରା ବୁଧବାର ମଧ୍ୟପ୍ରଦେଶରେ ପ୍ରବେଶ କରିଛି। ୩୫୭୦ କିଲୋମିଟରର ପଦଯାତ୍ରା ରାଜ୍ୟରେ ଗୁରୁବାର ବୋରଗୋନ୍ ଗ୍ରାମରୁ ଆରମ୍ଭ ହୋଇଥିଲା। ଏଠାରେ ରାହୁଲ ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭାରତ ଜୋଡ଼ୋ ଯାତ୍ରାରେ ସାମିଲ୍ ହୋଇଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କଦମତାଲ କରୁଥିବା ନଜର ଆସିଥିଲେ। ୨.୩୫ ରେ ଏକ ଆଦିବାସୀ ସଭାର ଆୟୋଜନ ହେବ।

ସୂଚନାଯୋଗ୍ୟ, ୫ ଡିସେମ୍ବରରେ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବା ପୂର୍ବରୁ ଛଅ ଜିଲ୍ଲା ବୁରହାନପୁର, ଖଣ୍ଡବା, ଖରଗୋନ, ଇନ୍ଦୋର, ଉଜ୍ଜେନ ଏବଂ ଆଗ୍ରା-ମାଲଓ୍ବାର ୨୫-୩୦ ବିଧାନସଭା କ୍ଷେତ୍ରରୁ ହୋଇ ମଧ୍ୟପ୍ରଦେଶରେ ୩୯୯ କିଲୋମିଟର ଦୂର ଅତିକ୍ରମ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର