ଖେଳ ଦେଶ ବିଦେଶ

ଭାରତ ଛାଡିବା ପୂର୍ବରୁ ଧନଶ୍ରୀଙ୍କ ସହ ଡ୍ୟାନ୍ସ କଲେ ଜୋସ୍ ବଟଲର: ତାଜୁବ ହୋଇଗଲେ ଚହଲ, ଭିଡିଓ ଭାଇରାଲ

ମୁମ୍ୱାଇ ୩୧/୦୫: ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିବାର ସ୍ୱପ୍ନ ପୂରଣ ହୋଇପାରିନି । ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ଗୁଜୁରାଟ ଟାଇଟାନ୍ସଠାରୁ ଫାଇନାଲ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି । ରାଜସ୍ଥାନ ରୟାଲ୍ସ ଟାଇଟଲ୍ ଜିତି ପାରି ନଥିଲା । କିନ୍ତୁ ଦଳର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ କମଳା ଅରେଞ୍ଜ କ୍ୟାପ୍ ଏବଂ ସ୍ପିନର ୟୁଜଭେନ୍ଦ୍ର ଚହଲ ପର୍ପଲ କ୍ୟାପ୍ କବଜା କରିଥିଲେ ।

ପରାଜୟର କ୍ଷତକୁ ଭୁଲି ବଟଲର ଘରକୁ ଯିବା ପୂର୍ବରୁ ବହୁତ ମଜା କରିଥିଲେ । ବାସ୍ତବରେ, ଚହଲଙ୍କ ପତ୍ନୀ ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଧନଶ୍ରୀ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଅରେଢ୍ଜ ଏବଂ ପର୍ପଲ ମଧ୍ୟରେ ଗୋଲାପୀ । ଚହଲ ଏବଂ ବଟଲରଙ୍କ ପ୍ରତି ମୋର ସମ୍ମାନ ଏବଂ ପ୍ରେମ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ ।

ବଟଲର ତୁମେ ଜଣେ ଭଦ୍ରଲୋକ ଏବଂ ସବୁଠାରୁ ଚମତ୍କାର ବ୍ୟକ୍ତିତ୍ୱ । ଯିବା ପୂର୍ବରୁ ଆମେ ଦୁହେଁ ଦୁହିଁଙ୍କୁ ଯାହା କଥାହେଲୁ ସେସବୁ ଠିକ୍ । ଆମେ ଟ୍ରଫି ସିନା ଜିତିଲୁନି ହେଲେ ହୃଦୟ ଜିତିଯାଇଛୁ । ମୁଁ ବହୁତ ଭାଗ୍ୟଶାଳୀ ଯେ, ଏଠାରେ ମୁଁ ମୋର ଆଉ ଗୋଟିଏ ଛୋଟିଆ ଫ୍ୟାମିଲି କରିପାରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ