ଖେଳ ଦେଶ ବିଦେଶ ରାଜ୍ୟ

ଭାରତ ଓ ସାଉଥ ଆଫ୍ରିକା ଖେଳାଳୀଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଖାଦ୍ୟ, ଜାଣନ୍ତୁ କଣ ସବୁ ଓଡ଼ିଆ ଖାଦ୍ୟ ରହିଛି ମେନୁରେ

ଭୁବନେଶ୍ୱର : ଆଉ କିଛି ସମୟ ପରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭାରତ ଓ ସାଉଥ ଆଫ୍ରିକାର ଖେଳାଳୀ ଓଡ଼ିଶାରେ ପହଞ୍ଚିବେ। ଏୟାରପୋର୍ଟରୁ ହୋଟେଲ ଯିବେ ଖେଳାଳୀ ତେବେ ସେମାନେ କଣ ଖାଇବେ ଏଥିପାଇଁ ଚର୍ଚ୍ଚା ଚାଲିଛି। ହୋଟେଲ ମେ ଫେୟାରରେ ଖେଳାଳୀଙ୍କ ଖାଇବାର ବନ୍ଦୋବସ୍ତ କରାଯାଇଥିବା ବେଳେ ସେମାନଙ୍କ ପାଇଁ କଣ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୋଇଛି ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି ।

ପଞ୍ଚ ତାରକା ହୋଟେଲ ମେ ଫେୟାରର ମୁଖ୍ୟ ସେଫ ମୃଦୁଲ ମଣ୍ଡଲ ଖେଳାଳୀଙ୍କ ପାଇଁ କଣସବୁ ଖାଦ୍ୟ ପ୍ରସ୍ତୁତ ହେଉଛି ତାର ସୂଚନା ଦେଇଛନ୍ତି। ମେନ୍ୟୁରେ ବିଭିନ୍ନ ପ୍ରକାରର ଖାଦ୍ୟଥିଲେ ମଧ୍ୟ ଖେଳାଳୀମାନେ ହେଲଦି ଫୁଡ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଖେଳାଳୀଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ଡାଲମା ଭଜା ଭଳି ଖାଦ୍ୟ ପରଷା ଯିବ ବୋଲି ସୂଚନା ମିଳିଛି। ସେହିପରି ଆଗକୁ ରଜ ଆସୁଥିବାରୁ ଆରିଷା ପିଠା, ଚକୁଳି ପିଠା ଓ ମଣ୍ଡା ପିଠା ଭଳି ବିଭିନ୍ନ ପ୍ରକାର ପିଠା ଖେଳାଳୀଙ୍କୁ ପରଷା ଯିବ। ବିଶେଷ କରି ଓଡ଼ିଶାର ପ୍ରସ୍ତୁତ ଛେନାପୋଡ଼ ଖେଳାଳୀମାନଙ୍କୁ ପରଷା ଯିବ।

ସେହିପରି ସାଉଥ ଆଫ୍ରିକାର ଖେଳାଳୀଙ୍କ ପାଇଁ କଣ୍ଟିନେଣ୍ଟାଲ, ମେକ୍ସିକାନ ଓ ମେଡିଟେରିଆନ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେମାନେ ଯେଉଁ ପ୍ରକାରର ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ସେହି ପ୍ରକାରର ଖାଦ୍ୟ ପରଷା ଯିବ। ବିଶେଷକରି ଏହି ଖାଦ୍ୟ ଅଲିଭ ତେଲରେ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଖେଳାଳୀମାନଙ୍କ ପାଇଁ ରେଡ ମିଟକୁ ମେନ୍ୟୁରୁ ବାଦ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ