ଖେଳ ଦେଶ ବିଦେଶ

‘ଭାରତ ଇଶାନ୍ତ ଶର୍ମାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ’, ଟେଷ୍ଟ୍ ସିରିଜ୍ ପୂର୍ବରୁ ଏମିତି କହିଲେ ସ୍ମିଥ୍

ସିଡନୀ,୧୦/୧୨: ଆସନ୍ତା ୧୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ । ଭାରତୀୟ ଦଳରେ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ଇଶାନ୍ତ ଶର୍ମା । ଇଶାନ୍ତଙ୍କ ଅଭାବ ଦଳ ଭାରତ ଅନୁଭୂତ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ।

ସ୍ମିଥ୍ କହିଛନ୍ତି ଯେ, ଭାରତୀୟ ଦଳରେ ଜସପ୍ରିତ ବୁମରାହ ଓ ମହମ୍ମଦ ସାମିଙ୍କ ଭଳି ଭଲ ଖେଳାଳି ଅଛନ୍ତି । ଇଶାନ୍ତ ଆଘାତଜନିତ କାରଣରୁ ଅଷ୍ଟ୍ରେଲିଆ ଆସିପାରି ନାହାଁନ୍ତି । ବୁମରାହଙ୍କ ସହ ଉମେଶ ଯାଦବ ବୋଲିଂର ମଙ୍ଗ ସମ୍ଭାଳିବେ ।

ସେ ଆହୁରି କହିଛନ୍ତି ଯେ, ଇଶାନ୍ତଙ୍କ ଅନୁପସ୍ଥିତି ଭାରତ ଉପରେ ପ୍ରଭାବ ପକାଇବ । ଟିମ୍ ଇଣ୍ଡିଆ ପାଇଁ କ୍ଷତି ହେବ । ସେ ଜଣେ ଭଲ ବୋଲର । ତାଙ୍କ ବିନା ଭାରତର ବୋଲିଂ ଅଧିକ ଶକ୍ତିଶାଳୀ ହେବ ନାହିଁ । ତେବେ ଭାରତକୁ ପରାସ୍ତ କରିବା ପାଇଁ ତାଙ୍କୁ ଅଧିକ ଭଲ ଖେଳ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି ।

ଇଶାନ୍ତ ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ୨୩.୮୧ ଆଭରେଜରେ ୧୧ଟି ଓ୍ୱିକେଟ ନେଇଥିଲେ । ଏଥିରେ ଭାରତକୁ ଐତିହାସିକ ବିଜୟ ମିଳିଥିଲା । କିନ୍ତୁ ଚଳିତ ସିରିଜରେ ଇଶାନ୍ତ ଆହତଜନିତ ସମସ୍ୟା ପାଇଁ ଦଳରୁ ବାଦ୍ ପଡିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ