ଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ଦର୍ଶକଙ୍କୁ ଅନୁମତି, ଷ୍ଟାଡିୟମରେ ବସି ଦେଖିପାରିବେ ମ୍ୟାଚ୍ : ହଟିଲା କଟକଣା

ନୂଆଦିଲ୍ଲୀ, ୦୬/୦୭: କ୍ରିକେଟ ଜଗତ ଓ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି । ଅର୍ଥାତ ଦର୍ଶକମାନେ ଷ୍ଟାଡିୟମରେ ବସି ମ୍ୟାଚ୍ ଉପଭୋଗ କରିପାରିବେ । କରୋନା ଆତଙ୍କ ହେତୁ ଅଧିକାଂଶ ମ୍ୟାଚ୍ ଖାଲି ଷ୍ଟାଡିୟମ କିମ୍ବା ସୀମିତ ଦର୍ଶକରେ ଖେଳାଯାଉଥିଲା । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାରେ ସୀମିତ ଦର୍ଶକଙ୍କୁ ଅନୁମତି ମିଳିଥିଲା । କେବଳ ୪ ହଜାର ଦର୍ଶକ ହିଁ ମ୍ୟାଚ୍ ଦେଖିଥିଲେ ।

ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ଦର୍ଶକଙ୍କ ଭୀଡ ଦେଖିବାକୁ ମିଳିବ । ଏହି ଖବର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଟକଣା ହଟିବା ଘୋଷଣାର କିଛି ସମୟ ପରେ ସାମ୍ନାକୁ ଆସିଛି । ଏବେ ଭାରତୀୟ ଖେଳାଳି ୨୦ ଦିନିଆ ବିଶ୍ରାମରେ ରହିଛନ୍ତି । ଟେଷ୍ଟ ତାମ୍ପିଅନସିପ୍ ପରେ ଦଳକୁ ୨୦ ଦିନ ପାଇଁ ବିଶ୍ରାମ ଦିଆଯାଇଛି ।

ସମସ୍ତ ଖେଳାଳି ଜୁଲାଇ ୧୪ରେ ଲଣ୍ଡନରେ ଏକାଠି ହେବେ । ଏହାପରେ ନଟିଂହାମ ଗସ୍ତ କରିବେ । ଏଠାରେ ହିଁ ପ୍ରଥମ ଟେଷ୍ଟ ଖେଳାଯିବ । ଏବେ ଖେଳାଳି ନିଜ ପରିବାର ସହ ସମୟ ବିତାଇବା ସହ ୟୁରୋ କପର ମଜା ନେଉଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ୮ ଓ୍ୱିକେଟରେ ପରାସ୍ତ ହୋଇଥିଲା । ଏବେ ବିରାଟ କୋହଲିଙ୍କ ଆଗରେ ଇଂଲଣ୍ଡ ହେଉଛି ନୂଆ ଚ୍ୟାଲେଞ୍ଜ୍ । ବିଶ୍ୱ ଟେଷ୍ଟ କ୍ରିକେଟ ଫାଇନାଲରେ ଭାରତ ପ୍ରଥମ ପାଳିରେ ୨୧୭ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ଼୍ ୨୪୯ କରିଥିଲା । ଦ୍ୱିତୀୟ ଇନିଂସରେ ୧୭୦ ରନ ହିଁ କରିପାରିଥିଲା ଭାରତ ଓ ନ୍ୟୁଜିଲାଣ୍ଡକୁ ୧୩୯ ରନର ଲକ୍ଷ୍ୟ ଦେଇଥିଲା । ଯାହାକୁ କିଓ୍ୱି ଟିମ୍ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ