ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ସିରିଜ୍: ମାତ୍ର ୩୦ ମିନିଟରେ ସରିଗଲା ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ୍ ଟିକେଟ

ନୂଆଦିଲ୍ଲୀ ୨୦/୧୧ : ବିଶ୍ବରେ କରୋନା ଲହରୀ ବ୍ୟାପକ ରୂପ ଧାରଣ କରିଛି ସତ କିନ୍ତୁ କ୍ରିକେଟ୍ ଫ୍ୟାନ୍ସଙ୍କ ଉତ୍ସାହ ଆକାଶଛୁଆଁ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ପରେ ଟି-ଟ୍ବେଣ୍ଟି ସିରିଜ୍ ଖେଳାଯିବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମାତ୍ର ଅଧ ଘଣ୍ଟା ମଧ୍ୟରେ ଉଭୟ ଦିନିକିଆ ଏବଂ ଟି-ଟ୍ବେଣ୍ଟି ଟିକେଟ ବିକ୍ରି ଶେଷ ହୋଇଯାଇଛି । ୨ ଟି ଦିନିକିଆ ଏବଂ ୩ଟି ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର ୩୦ ମିନିଟ ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିବା ସୂଚନା ମିଳିଛି । କିନ୍ତୁ ପ୍ରଥମ ଦିନିକିଆ ପାଇଁ ଏବେ ମଧ୍ୟ ୧୯ଶହ ଟିକେଟ୍ ବିକ୍ରି ହେବାକୁ ଅଛି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ୩ ଦିନିକିଆ, ୩ ଟି-ଟ୍ବେଣ୍ଟି ସମେତ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ । ଡିସେମ୍ଭର ୧୭ରୁ ଆଡିଲେହରେ ଖେଳାଯିବ ପ୍ରଥମ ଟେଷ୍ଟ୍ ମ୍ୟାଚ୍ । ବଡକଥା ହେଉଛି ପ୍ରଥମ ଟେଷ୍ଟ୍ ଦିବା-ରାତ୍ର ହେବ ଏବଂ ଏଥିରେ ୫୦ ପ୍ରତିଶକ ଦର୍ଶକଙ୍କୁ ନେଇ ମ୍ୟାଚ୍ ଦେଖିବା ପାଇଁ ସୁଯୋଗ ମିଳିବ । ଆଡିଲେଡରେ ୫୪ ହଜାର ସିଟତ ବିଶିଷ୍ଟ ଗ୍ୟାଲେରୀରେ ପାଖାପାଖି ୨୭ ହଜାର ଦର୍ଶକଙ୍କୁ ହିଁ ମ୍ୟାଚ ଦେଖିବାକୁ ସୁଯୋଗ ମିଳିବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ନଭେମ୍ବର ୨୭ରୁ ଆରମ୍ଭ ହେବ । ଦ୍ବିତୀୟ ଦିନିକିଆ ନଭେମ୍ବର ୨୯ ଏବଂ ତୃତୀୟ ଦିନିକିଆ ଡିସେମ୍ବର ୨ରେ ଖେଳାଯିବ । ସେହିପରି ଡିସେମ୍ବର ୪ରୁ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ପ୍ରଥମ ଟି-ଟ୍ବେଣ୍ଟି ଡିସେମ୍ବର ୪, ଦ୍ବିତୀୟ ଟି-ଟ୍ବେଣ୍ଟି ଡିସେମ୍ବର ୬ ଏବଂ ତୃତୀୟ ଟି-ଟ୍ବେଣ୍ଟି ଡିସେମ୍ବର ୮ରେ ଖେଳାଯିବ । ଏହା ପରେ ଡିସେମ୍ବର ୧୭ରୁ ୪ ଟିକିଆ ଟେଷ୍ଟ ସିରିଜ ଖେଳାଯିବ । ଡିସେମ୍ବର ୧୭ରୁ ପ୍ରଥମ ଟେଷ୍ଟ, ୨୬ରୁ ଦ୍ବିତୀୟ, ଜାନୁୟାରୀ ୭ରୁ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ଜାନୁୟାରୀ ୧୫ରୁ ଖେଳାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ