ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ

କାନବେରା, ୦୪।୧୨: ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ରେ ଭଲ ରହିଛି । ଭାରତ ଅଷ୍ଟ୍ରେଲିଆରେ ୯ଟି ଟି୨୦ ମ୍ୟାଚ୍ ଖେଳିଛି । ଏଥିରେ ଦଳକୁ ୫ ଥର ବିଜୟ ମିଳିଛି । ଅଷ୍ଟ୍ରେଲିଆ ୩ ଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଭାରତ ଅଷ୍ଟ୍ରେଲିଆରେ କେବେବି ଟି୨୦ ସିରିଜ ଜିତିନାହିଁ ।

ଅଧିନାୟକ ବିରାଟ କୋହଲି ପ୍ରଥମ ଦିନିକିଆ ହାରିବା ପରେ ଖେଳାଳିଙ୍କୁ ଟି୨୦ ମୋଡରୁ ଦିନିକିଆ ମୋଡକୁ ନ ଆସିଥିବାରୁ କଟାକ୍ଷ କରିଥିଲେ । ଏହସହ ଉଭୟ ଦଳର ଖେଳାଳି କିପରି ଭାବେ ୪୮ ଘଣ୍ଟା ମଧ୍ୟରେ ଟି୨୦ ଫର୍ମକୁ ଆସିବା ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ଉଭୟ ଦଳର ଅନେକ ଖେଳାଳି ନିକଟରେ ଆଇପିଏଲ ଖେଳିଛନ୍ତି ।

ଦିନିକିଆ ସିରିଜର ପ୍ରଦର୍ଶନକୁ ବିଚାରକୁ ନେଲେ ଆଜି ଅଷ୍ଟ୍ରେଲିଆର ପଲା ଭାରି ରହିବା ସ୍ୱାଭାବିକ। ଦଳର ଆତ୍ମବିଶ୍ୱାସ ଭରପୁର ରହିଛି । ଆରୋନ୍‌ ଫିଞ୍ଚ, ଷ୍ଟିଭେନ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ତଥାପି ଆହତ ଡେଭିଡ୍‌ ୱାର୍ଣ୍ଣରଙ୍କ ଅନୁପସ୍ଥିତି ଅନୁଭବ କରିବ ଘରୋଇ ଦଳ। ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍‌ ଶକ୍ତିଶାଳୀ । ଏକାଧିକ ଅଲ୍‌ରାଉଣ୍ଡର ଦଳରେ ରହିଥିବାରୁ ଭାରତୀୟ ବ୍ୟାଟିଂ ବିଭାଗକୁ ନେଇ ଅଷ୍ଟ୍ରେଲିଆ ସେତେଟା ଚିନ୍ତିତ ନୁହେଁ ।

ଉଭୟ ଦଳ ଏହି ୩ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ହାଲ୍‌କା ଗ୍ରହଣ କରିବେ ନାହିଁ। କାରଣ ଆସନ୍ତା ବର୍ଷ ରହିଛି ଟି୨୦ ବିଶ୍ୱକପ । ଏବେଠୁ ଏକ ସନ୍ତୁଳିତ ଦଳ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଟି୨୦ରେ ଭାରତୀୟ ଦଳ କୌଣସି ତ୍ରୁଟି ନକରି ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ