ଖେଳ ଦେଶ ବିଦେଶ

ଭାରତ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିଅନ : ଇତିହାସ ରଚିଲା ଟିମ୍ ଇଣ୍ଡିଆ, ୪ ଓ୍ୱିକେଟରେ ଇଂଲଣ୍ଡକୁ ହରାଇଲା

ନୂଆଦିଲ୍ଲୀ, ୦୬|୦୨: ଇତିହାସ ରଚିଲା ଭାରତ । ଜିତିଲା ଅଣ୍ଡର-୧୯ ବିଶ୍ୱକପ । ରାଜା ବାବାଙ୍କ ଦମଦାର ବୋଲିଂ ଫଳରେ ଭାରତ ଫାଇନାଲ ମୁକାବିଲା ଜିତି ନେଇଛି ।

ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ ହାସଲ କରିଛି ଭାରତ । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ ୧୪ତମ ସଂସ୍କରଣର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଭାରତ ରେକର୍ଡ ସଂଖ୍ୟକ ପଞ୍ଚମ ଥର ପାଇଁ ଏହି ଟାଇଟଲ ହାତେଇଛି । ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚମ୍ପିଆନ ହୋଇଥିବାବେଳେ ୨୦୦୬, ୨୦୧୬ ଓ ୨୦୨୦ରେ ରନର୍ସଅପ ହୋଇଥିଲା ।

୧୯୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୪ଟି ବଲ ବାକିଥାଇ ୬ ୱିକେଟ ହରାଇ ୧୯୫ ରନ କରି ବିଜୟୀ ହୋଇଛି । ସେଖ ରସିଦ ଓ ନିଶାନ୍ତ ସିନ୍ଧୁଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିପାରିଛି । ସେହିପରି ଘାତକ ବୋଲିଂ କରି ୫ ୱିକେଟ ନେଇଥିବା ରାଜ୍ ବାୱା ମଧ୍ୟ ୩୫ ରନ କରି ଭାରତର ବିଜୟ ପଥ ପରିସ୍କାର କରିଥିଲେ । ଭାରତ ୪୭.୪ ଓଭରରେ ୬ ୱିକେଟ ବିନିମୟରେ ୧୯୫ ରନ କରି ବିଜୟ ହାସଲ କରିଛି । ରାଜ୍ ବାୱା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ପୂର୍ବରୁ ରାଜ୍ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡକୁ ୧୮୯ ରନରେ ସୀମିତ ରଖିଥିଲା ଭାରତ ।

ଆଣ୍ଟିଗୁଆର ବାର୍ବୋଡାସ୍ଥିତ ସାର ଭିଭିଆନ ରିଚାଡର୍ସ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ବ୍ୟାଟିଂ ବିପର୍ଯ୍ୟୟରୁ ଇନିଂସ ଆରମ୍ଭ କରିବା ସହିତ ୪୭ ରନ ମଧ୍ୟରେ ଅଧା ୱିକେଟ ହରାଇଥିଲା। ଜ୍ୟାକବ ବେଥେଲ ୨, ଜର୍ଜ ଥୋମାସ ୨୭, ୱିଲିୟମ ଲକ୍ସଟନ ୪ରନ କରିଥିବା ବେଳେ ଟପ ପ୍ରିଷ୍ଟ ଓ ଜର୍ଜ ବେଲ୍ ଖାତା ଖୋଲି ପାରିନଥିଲେ। ଷଷ୍ଠ ୱିକେଟ ପାଇଁ ଜେମ୍ସ ରିଉ ଓ ରେହାନ ଅହମ୍ମଦ ୧୪ରନ ଯୋଡିଥିଲେ। ୬୧ରନ ସ୍କୋର ଥିବାବେଳେ ଅହମ୍ମଦ ୧୦ରନ କରି ଆଉଟ୍ ହୋଇଥିଲେ। ସପ୍ତମ ୱିକେଟ ପାଇଁ ରିଉ ଓ ଆଲେକ୍ସ ହର୍ଟନ ୩୦ରନ ଯୋଗ କରିଥିଲେ। ସ୍କୋର ୯୧ରନ ଥିବାବେଳେ ହର୍ଟନ ୧୦ରନ କରି ଆଉଟ୍ ହୋଇଥିଲେ। ଅଷ୍ଟମ ୱିକେଟରେ ରିଉ ଓ ଜେମ୍ସ ସେଲ୍ ସ ଭାରତୀୟ ବୋଲରଙ୍କୁ ଦୃଢତାର ସହିତ ମୁକାବିଲା କରି ୱିକେଟ ସୁରକ୍ଷିତ ରଖିବା ସହିତ ରନ୍ ଗତିକୁ ବଢାଇ ଚାଲିଥିଲେ। ଉଭୟ ୧୧୨ଟି ବଲରୁ ୯୩ରନ ଯୋଡିଥିଲେ।

ସ୍କୋର ୧୮୪ରନ ଥିବାବେଳେ ରିଉ ୧୧୬ଟି ବଲରୁ ୧୨ଟି ଚୌକା ସହ ୯୫ରନ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ଶେଷ ଦୁଇ ୱିକେଟ ୬ରନ ମଧ୍ୟରେ ହରାଇ ୪୪.୫ ଓଭରରେ ୧୮୯ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ସେଲ୍ ସ ୩୪ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ରାଜ୍ ବାୱା ୫ ଟି, ରବି କୁମାର ୪ଟି, କୁଶଲ ତାମ୍ବେ ଗୋଟିଏ ୱିକେଟ ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ