ଖେଳ ରାଜ୍ୟ

ଭାରତୀୟ ହକି ଟିମରେ ୩ ଓଡିଆ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ବର: ଜୁନିୟର ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ ଟିମ୍‌ ୧୮ ଜଣିଆ ଦଳ ଘୋଷଣା କରିଛି । ଆଉ ଏହି ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି ।

ଓଡିଶାରେ ହେବ ଜୁନିୟର ହକି ମହାକୁମ୍ଭ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱକପ୍ ୨୪ ତାରିଖରେ ଆରମ୍ଭ ହେବ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଂଚିଛି । ୧୫ ତାରିଖରେ ଅନ୍ୟଟିମ୍ ଭୁବନେଶ୍ୱର ଆସିବେ । ବାୟୋ ବବଲ ପ୍ରକ୍ରିୟାରେ ହେବ ବିଶ୍ୱକପ । କୋଭିଡ କଟକଣାରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ସାମିଲ ହୋଇପାରିବେନି ଦର୍ଶକ । ଖେଳାଳି ଓ ଷ୍ଟାଫଙ୍କ ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।

ଚଳିତ ବିଶ୍ବକପ୍‌ରେ ୧୬ଟି ଟିମ୍‌ ଭାଗ ନେଉଥିବା ବେଳେ ପ୍ରତି ଟିମ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତି ଟିମ୍ ସହ ଗୋଟି ସଶସ୍ତ୍ର ଏସ୍କର୍ଟ ଗାଡ଼ି ଏବଂ ଜଣେ ପିଏସ୍‌ଓ ରହିବାକୁ ଥିବାବେଳେ ପାକିସ୍ତାନ ଟିମ୍ ପାଇଁ ଦୁଇଟି ସଶସ୍ତ୍ର ଏସ୍କର୍ଟ ଗାଡ଼ି ରହିବ । ଏହାସହ ପାକିସ୍ତାନ ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ବିମାନବନ୍ଦରରୁ ହୋଟେଲ, ହୋଟେଲରୁ ଷ୍ଟାଡିୟମକୁ ନେବା ଆଣିବା କରାଯିବ ବୋଲି ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ‌ହୋଇଛି। କୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ