ରାଜ୍ୟ

ଭାରତର ଦୀର୍ଘତମ ସମୁଦ୍ର ପୋଲ ଉଦ୍‌ଘାଟନ ଆଜି: ଅଟଳ ସେତୁ ଉପରେ ବାଇକ୍, ଅଟୋକୁ ଅନୁମତି ନାହିଁ

ମୁମ୍ବାଇ: ଭାରତର ଦୀର୍ଘତମ ସମୁଦ୍ର ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍‌ଟିଏଚ୍ଏଲ୍) ଆସନ୍ତାକାଲି ଉଦ୍‌ଘାଟନ ହେବ। ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ‘ଅଟଳ ସେତୁ’ ଭାବେ ନାମିତ ଏହି ଏମ୍‌ଟିଏଚ୍ଏଲ୍‌କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସରକାରୀ ସୂତ୍ର ଅନୁଯାୟୀ, କାର୍, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନିବସ୍ ଏବଂ ଟୁ-ଏକ୍ସଲ୍ ବସ୍ ଭଳି ଗାଡ଼ିର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ। ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ। ୧୮,୦୦୦ କୋଟି ଟଙ୍କାର ଏହି ସମୁଦ୍ର ପୋଲ ମୁମ୍ବାଇର ସେଓ୍ୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଉରାନ ତାଲୁକର ନହୱା ଶେୱାରେ ଶେଷ ହୋଇଛି। ମୁମ୍ବାଇ ଅଭିମୁଖେ ଯାଉଥିବା ମଲ୍ଟି-ଏକ୍ସଲ୍ ଭାରୀ ଯାନ, ଟ୍ରକ୍ ଏବଂ ବସ୍‌ଗୁଡ଼ିକୁ ଏଣିକି ଇଷ୍ଟର୍ଣ୍ଣ ଫ୍ରି-ୱେରେ ପ୍ରବେଶ କରିବାକୁ ପଡ଼ିବ ନାହିଁ। ଅଟଳ ସେତୁ ଉପରେ ମୋଟର ସାଇକେଲ, ଅଟୋ, ଟ୍ରାକ୍ଟର ଭଳି ଧୀରେ ଧୀରେ ଗତି କରୁଥିବା କୌଣସି ଯାନବାହନ ଚଳାଚଳକୁ ନିଷେଧ କରାଯାଇଛି। ଏହି ସମୁଦ୍ର ଲିଙ୍କ୍‌ର ୧୬.୫୦ କିମି ସମୁଦ୍ରରେ ଏବଂ ୫.୫ କିମି ସ୍ଥଳଭାଗରେ ରହିଛି। ଏହି ସେତୁ ନିର୍ମାଣ ପରେ ଏଣିକି ଗାଡି ଚାଳକମାନେ ମୁମ୍ବାଇ ଏବଂ ନବୀ ମୁମ୍ବାଇ ମଧ୍ୟରେ ଦୂରତାକୁ ମାତ୍ର ୨୦ ମିନିଟ୍‌ରେ ଅତିକ୍ରମ କରିପାରିବେ ଯେଉଁଥିପାଇଁ ଆଗରୁ ୨ ଘଣ୍ଟା ସମୟ ଲାଗୁଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।