ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାରତରେ ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍ ଡୋଜ୍ ଉତ୍ପାଦନ କରିବ କମ୍ପାନି, ଜାଣନ୍ତୁ କେତେ ରହିବ ଦାମ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ତେବେ ଅନୁମତି ପାଇବା ପରେ ଭାରତରେ ଟିକା ଉତ୍ପାଦନ କରି ବିତରଣ କରିବା ପାଇଁ ପ୍ରସ୍ତୁତ ହେଉଛି କମ୍ପାନି। ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍ ଡୋଜ୍ ଉତ୍ପାଦନ ହେବ ବୋଲି କମ୍ପାନି କହିବା ସହ ଭାରତର ପାଞ୍ଚଟି ଫାର୍ମା କମ୍ପାନି ଏହାକୁ ଉତ୍ପାଦନ କରିବେ।

ରୁଷର ଗାମାଲିଆ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଟିକାର ଉତ୍ପାଦନ ଭାରତରେ ୫ଟି କମ୍ପାନି କରିବେ। କମ୍ପାନି ମଧ୍ୟରେ ରହିଛନ୍ତି ବିରଚୋ ବାୟୋଟେକ୍(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ନିୟୁତ ଡୋଜ ଉତ୍ପାଦନ କରିବ), ଷ୍ଟେଲିସ୍ ବାୟୋଫାର୍ମା(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ମିଲିୟନ୍ ଡୋଜ ଉତ୍ପାଦନ କରିବ), ଗ୍ଲାଣ୍ଡ ଫାର୍ମା(୧୨୬ନିୟୁତ ଲୋକଙ୍କ ପାଇଁ ୨୫୨ନିୟୁତ ଡୋଜ ଉତ୍ପାଦନ କରିବ), ପାନେସିଆ ବାୟୋଟେକ୍(୫୦ନିୟୁତ ଲୋକଙ୍କ ପାଇଁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବ) ଏବଂ ହେଟେରୋ(୫୦ନିୟୁତ ଲୋକଙ୍କ ପାଇଁ ୧୦୦ନିୟୁତ ଡୋଜ ଉତ୍ପାଦନ କରିବ)। ଟିକାର ମୂଲ୍ୟ ୧୦ଡଲାରରୁ କମ ହେବ ବୋଲି ଜଣାପଡ଼ିଛି। ତେବେ ଭାରତୀୟ ବଜାରକୁ ଚାହିଁ ମୂଲ୍ୟ ଧାର୍ଯ୍ୟ କରାଯିବ ସହ ଏପର୍ଯ୍ୟନ୍ତ ମୂଲ୍ୟ ସ୍ଥିର କରିନାହିଁ କମ୍ପାନି।

ଟିକାର ଉତ୍ପାଦନ ଧିରେ ଧିରେ ବଢ଼ିବା ସହ ଏପ୍ରିଲ ଶେଷ କିମ୍ବା ମେ’ ମାସ ଆରମ୍ଭରୁ ଭାରତରେ ଟିକା ଉପଲବ୍ଧ ହେବ। ପ୍ରଥମେ ସୀମିତ ବ୍ୟବହାର ପାଇଁ ଟିକା ଉପଲବ୍ଧ ହେବ। ସମୟ ସହ ଉତ୍ପାଦନ ବଢ଼ିଲେ ଜୁନ ମାସ ଆଡକୁ ସମସ୍ତଙ୍କ ପାଖରେ ଟିକା ପହଞ୍ଚିପାରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ