ଖେଳ ଦେଶ ବିଦେଶ

ଭାରତରେ ଜାନୁଆରି ୧୨ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମସାଲ ପରିକ୍ରମା

ବର୍ମିଙ୍ଗ୍‌ହାମ: ଆଗାମୀ ୨୦୨୨ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ବାରା ପ୍ରଦତ୍ତ ମସାଲ ଭାରତରେ ଆସନ୍ତାବର୍ଷ ଜାନୁଆରି ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରିକ୍ରମା କରିବ। ଏହା ମସାଲର ଆନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ରହିବ। ଆନ୍ତର୍ଜାତିକ ଯାତ୍ରା ଅବସରରେ ମସାଲ ୭୨ ରାଷ୍ଟ୍ର ପରିକ୍ରମା କରିବ ବୋଲି ବୁଧବାର କ୍ରୀଡ଼ା ଆୟୋଜକ କମିଟି ଘୋଷଣା କରିଛି। ଏହି ମସାଲ ଶୋଭାଯାତ୍ରା ଚଳିତ ବର୍ଷ ଅକ୍ଟୋବର ୭ ତାରିଖରୁ ବଙ୍କିମ୍‌ହାମ୍‌ ପ୍ୟାଲେସ୍‌ରୁ ଆରମ୍ଭ ହେବ। ଯେଉଁଠାରେ କି ରାଣୀ ଏଲିଜାବେଥ୍‌-୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କର ବାର୍ତା ଦେବେ। ଏହି ମସାଲ ୨୬୯ ଦିନ ଧରି ପରିକ୍ରମା କରିବାକୁ ଥିଲା ବେଳେ ପ୍ରତି ରା‌ଷ୍ଟ୍ରରେ ୨ରୁ ୪ ଦିନ ପର୍ଯ୍ୟନ୍ତ ବୁଲିବ।

ପ୍ରାୟ ୭୫୦୦ ମସାଲ ଧାରକଙ୍କ ଗହଣରେ ପାଖାପାଖି ୧ ଲକ୍ଷ ୪୦ ହଜାର କିଲୋମିଟର ପରିକ୍ରମା କରିବା ପରେ ଉଦ୍‌ଘାଟନୀ ସମାରେ‌ାହ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଥଳକୁ ଫେରିବ। ଭାରତରେ ୪ ଦିନ ପରିକ୍ରମା କରିବା ପୂର୍ବରୁ ମସାଲ ପାକିସ୍ତାନରେ ୩ ଦିନ ଏବଂ ଏହାପରେ ମାଳଦୀପ, ଶ୍ରୀଲଙ୍କା ଓ ବାଂଲାଦେଶ ପରିକ୍ରମା କରିବ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୨୨ ବର୍ମିଙ୍ଗ୍‌ହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବାକୁ ଥିଲା ବେଳେ ଏଥରେ ୭୨ ରାଷ୍ଟ୍ରରୁ ପ୍ରାୟ ୪୫୦୦ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ