ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ହିଁ ଭଲ ଉପାୟ, ପରାମର୍ଶ ଦେଲେ ଆମେରିକାର ବରିଷ୍ଠ ଡାକ୍ତର

ନୂଆଦିଲ୍ଲୀ ୧/୫: ଭାରତରେ କରୋନା ସଂକ୍ରମଣ ଥିମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରିଛି। ଦେଶରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ହେଲେ ପୁଣି ଥରେ ଲକ୍‌ଡାଉନ୍‌ ଲଗାଇବାକୁ ପଡ଼ିବ। ସଂକ୍ରମଣ ରୋକିବାକୁ ହେଲେ ଗତବର୍ଷ ଭଳି ଏଥର ଭରତ ସରକାର ଲକ୍‌ଡାଉନ୍‌ ଲଗାଇବା ଦରକାର ବୋଲି ଆମେରିକାର ଜଣେ ବରିଷ୍ଠ ଏପିଡେମିଓଲୋଜିଷ୍ଟ ଆନ୍ଥୋନୀ ଫାଓଚି କହିଛନ୍ତି। ଭାରତରେ କିଛି ସପ୍ତାହ ପାଇଁ ଲକଇଡାଉନ୍‌ ଲାଗୁ ହେଲେ ସଂକ୍ରମଣ ଉପରେ କାବୁ ଆସିପାରିବ ବୋଲି ସେ କହିଛନ୍ତି।

ଗୋଟିଏ ଦିନରେ ସଂକ୍ରମିତଙ୍କ ୪ ଲକ୍ଷ ପାର କରିଥିବା ବେଳେ ଆନ୍ଥୋନୀ ଫାଓଚିଙ୍କ ଏହି ପରାମର୍ଶ ଆସିଛି। ଏହା ବ୍ୟତୀତ କରୋନାକୁ ରୋକିବା ପାଇଁ ସେ ଅନ୍ୟ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ଯେଉଁଭଳି ଭାବେ ଭାରତରେ କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଛି ଏପରି ସ୍ଥଳେ ତତ୍କାଳ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ସମୟରେ କିଛି ସପ୍ତାହ ପାଇଁ ଲକ୍‌ଡାଉନ୍‌ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ। ଫାଓଚି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ମଧ୍ୟ ଅଛନ୍ତି।

ଡାକ୍ତର ଫାଓଚି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଔଷଧ, ଅକ୍ସିଜେନ୍‌,ପିପିଇ କିଟର ଶୀଘ୍ର ଉପଲବ୍ଧତା ଉପରେ ଗୁରୁତ୍ବ ଦେବା ଦରକାର। ଭାରତ ଯେଉଁଭଳି ସଙ୍କଟ ଦେଇ ଗତି କରୁଛି ଏହି ସମୟରେ ସଙ୍କଟ ହରଣ ସମୂହକୁ ଏକତ୍ରିତ କରିବାର ସମୟ ଆସିଛି। ଏହା ଦ୍ବାରା କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଉପାୟ ଅବଲମ୍ବନ କରାଯାଇପାରିବ। ଏହା ସହ ସେ କୌଣସି ଦେଶର ନାଁ ନନେଇ ସେ କହିଛନ୍ତି, ‘ ସମୟ ପୂର୍ବରୁ ବିଜୟ ଘୋଷଣା କରିବା ଅପରିପକ୍ବତା ଅଟେ।’ ଏବେ ଭାରତ ସରକାର ଯଥାସମ୍ଭବ ଦେଶକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି ।

ଚୀନର ଉଦାହରଣ ଦେଇ ସେ କହିଛନ୍ତି, ଗତବର୍ଷ ଚୀନରେ ସଂକ୍ରମଣ ବିସ୍ଫୋରଣ ଦେଖିବାକୁ ମିଳିବା ପରେ ସେଠାକାର ସରକାର ପୂରା ଦେଶକୁ ବନ୍ଦ କରିଦେଇଥିଲେ। କିନ୍ତୁ ଏବେ ଦେଶକୁ ୬ ମାସ ପୂରା ବନ୍ଦ କରିବାର ଆବଶ୍ୟକତା ନଥିଲେ ବି ଆବଶ୍ୟକତା ଅନୁସାରେ ଅସ୍ଥାୟୀ ଭାବେ ଲକ୍‌ଡାଉନ୍‌ ଲଗାଯିବା ଦରକାର। ଲକ୍‌ଡାଉନ୍‌ ଦ୍ବାରା ସଂକ୍ରମଣ ଗତି କମିବ। କୌଣସି ସରକାର ନିଜ ଦେଶକୁ ବନ୍ଦ କରିବାକୁ ପସନ୍ଦ କରିବେ ନାହିଁ। କିନ୍ତୁ ଅସ୍ଥାୟୀ ଭାବେ ଲକ୍‌ଡାଉନ୍‌ ଲଗାଇବା ଉପରେ ବିଚାର କରିବା ଦରକାର ବୋଲି ଡାକ୍ତର ଆନ୍ଥୋନୀ ଫାଓଚି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ