ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତରେ କରୋନା ନେଇଛି ୪୦ ଲକ୍ଷ ଜୀବନ ! ଓ୍ୱାଶିଂଟନ ୟୁନିଭର୍ସିଟି ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ, ୧୨/୦୩: କୋଭିଡର ପ୍ରକୋପ କିଛି ମାତ୍ରାରେ କମିଥିଲେ ବି ଏଯାଏଁ ବି ଭୟ ଯାଇନାହିଁ। ଏକ ରିପୋର୍ଟରୁ ଜଣାଯାଇଛି ଯେ ବିଶ୍ବରେ ଯେତିକି କୋଭିଡ ଜନିତ ମୃତ୍ୟୁ ରେକର୍ଡଭୁକ୍ତ ହୋଇଛି ତାଠାରୁ ବାସ୍ତବ ମୃତ୍ୟୁ ସଂଖ୍ୟା ବହୁ ଅଧିକ।

କୋଭିଡ ଯୋଗୁଁ ବିଶ୍ବରେ ମୋଟ ୧ କୋଟି ୮୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ୟୁନିଭର୍ସିଟି ଅଫ ୱାଶିଂଟନ ଏବଂ ଲାନସେର ଗବେଷଣାରୁ ଜଣାଯାଇଛି। ଡିସେମ୍ବର ୨୦୨୧ ସୁଦ୍ଧା ଯେତିକି ମୃତ୍ୟୁ ସଂଖ୍ୟା ରେକର୍ଡଭୁକ୍ତ ହୋଇଛି ବାସ୍ତବରେ ତିନିଗୁଣା ଲୋକ ପ୍ରାଣ ହରାଇଛନ୍ତି ବୋଲି ଏଥିରେ କୁହାଯାଇଛି।

ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଉଛି କେବଳ ଭାରତରେ ୨୨ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। ଜନବହୁଳ ଦେଶ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଏହି ଗବେଷଣାରେ ଦର୍ଶାଯାଇଛି। ଭାରତରେ ପ୍ରାୟ ୪୦ ଲକ୍ଷ ଲୋକ କୋଭିଡ ଯୋଗୁଁ ପ୍ରାଣ ହରାଇଥିବା ଏଥିରେ କୁହାଯାଇଥିବା ବେଳେ ରେକର୍ଡଭୁକ୍ତ ମୃତ୍ୟୁ ସଂଖ୍ୟା ହେଉଛି ୪ ଲକ୍ଷ ୮୦ ହଜାର। ବିହାରରେ ଯେତିକି ମୃତ୍ୟୁ ଦର୍ଶାଯାଇଛି ତାଠାରୁ ୨୬ ପ୍ରତିଶତ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି ଏଥିରେ କୁହାଯାଇଛି।

ଏପ୍ରିଲରୁ ଜୁଲାଇ ୨୦୨୧ ମଧ୍ୟରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାଯାଇଛି। ଯେତେବେଳେ ଭାରତରେ କୋଭିଡର ଦ୍ବିତୀୟ ଲହର ଜାରି ରହିଥିଲା। ଯେଉଁସବୁ ଦେଶରେ ବାସ୍ତବ ମୃତ୍ୟୁ ସଂଖ୍ୟା ରେକର୍ଡଭୁକ୍ତ ମୃତ୍ୟୁ ସଂଖ୍ୟା ଠାରୁ ଅଧିକ ରହିଛି ସେ ମଧ୍ୟରେ ଭାରତ ପରେ ଆମେରିକା, ରୁଷ, ମେକ୍ସିକୋ, ଇଣ୍ଡୋନେସିଆ, ବ୍ରାଜିଲ ଓ ପାକିସ୍ତାନ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ