ରାଜ୍ୟ ସ୍ୱାସ୍ଥ୍ୟ

ଭାରତରେ ଆର୍-ଭାଲ୍ୟୁ କମୁଛି: ୧୪ ଦିନରେ ତୃତୀୟ ଲହର ଶୀର୍ଷ ଛୁଇଁପାରେ

ନୂଆଦିଲ୍ଲୀ : ଭାରତର ଆର୍-ଭାଲ୍ୟୁ ବା କରୋନା ଆକ୍ରାନ୍ତଙ୍କ ଦ୍ବାରା ସଂକ୍ରମଣ ହାର ଜାନୁଆରି ୧୪ରୁ ୨୧ ଭିତରେ ୧.୫୭କୁ ହ୍ରାସ ପାଇଛି ଏବଂ ତୃତୀୟ ଲହରର ଶୀର୍ଷ ଅବସ୍ଥା ଆସନ୍ତା ଦୁଇ ସପ୍ତାହ ଭିତରେ ଆସିପାରେ ବୋଲି ଆଇଆଇଟି ମାଡ୍ରାସର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଆର୍-ଭାଲ୍ୟୁର ଅର୍ଥ ହେ‌ଉଛି ଜଣେ ‌ସଂକ୍ରମିତ ବ୍ୟକ୍ତି ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରିପାରେ। ଯେତେବେଳେ ଏହି ମୂଲ୍ୟ ୧ରୁ ତଳକୁ ଖସେ ସେତେବେଳେ ମହାମାରୀର ଶୀଘ୍ର ଅନ୍ତ ଘଟିବ ବୋଲି ବିଚାର କରାଯାଏ। ଆଇଆଇଟି ମାଡ୍ରାସର ବିଶ୍ଳେଷଣ ଅନୁଯାୟୀ ଜାନୁଆରି ୧୪ରୁ ୨୧ ଭିତରେ ଆର୍-ମୂଲ୍ୟ ୧.୫୭ ଥିଲା। ତା’ ପୂର୍ବ ସପ୍ତାହରେ ଏହି ମୂଲ୍ୟ ୨.୨ ଥିଲା। ତା’ର ଆଉ ଗୋଟିଏ ସପ୍ତାହ ପୂର୍ବରୁ ଏହି ମୂଲ୍ୟ ଥିଲା ୪। ତା’ ପୂର୍ବ ସପ୍ତାହରେ ଅର୍ଥାତ୍ ଡିସେମ୍ବର ୨୫-୩୧ ଭିତରେ ଆର୍-ଭାଲ୍ୟୁ ଥିଲା ୨.୯। ତଥ୍ୟ ଅନୁଯାୟୀ ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତାର ଆର୍-ଭାଲ୍ୟୁ ଯଥାକ୍ରମେ ୦.୬୭, ୦.୯୮, ୧.୨ ଓ ୦.୫୬ ଅଛି। ଆଇଆଇଟି ମାଡ୍ରାସର ଗଣିତ ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି ଯେ, ମୁମ୍ବାଇ ଓ କୋଲକାତାର ଆର୍-ଭାଲ୍ୟୁ ଦର୍ଶାଉଛି ସେଠାରେ ତୃତୀୟ ଲହର ଶୀର୍ଷ ଛୁଇଁ ତଳକୁ ଖସିଲାଣି। କିନ୍ତୁ ଦିଲ୍ଲୀ ଓ ଚେନ୍ନାଇରେ ଏହା ତଥାପି ୧ ପାଖାପାଖି ରହିଛି।

ଝା କହିଛନ୍ତି ଯେ ଆଉ ଦୁଇ ସପ୍ତାହ ଭିତରେ ଅର୍ଥାତ୍ ଫେବ୍ରୁଆରି ୬ ଭିତରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବ ଓ ତା’ ପରେ ତଳମୁହାଁ ହେବ। ତୃତୀୟ ଲହର ଫେବ୍ରୁଆରି ୧ରୁ ୧୫ ଭିତରେ ଶୀର୍ଷ ଛୁଇଁବ ବୋଲି କୁହାଯାଉଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ