ଟୋକିଓ ୨୫/୭ : ଟୋକିଓ ଅଲିମ୍ପିକରେ ଭାରତକୁ ପୁଣି ନିରାଶ । ସାନିଆ ମିର୍ଜା ଏବଂ ଅଙ୍କିତା ରାଇନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ବାହାରିଯାଇଛନ୍ତି । ଏହା ସହ ଭାରତର ମହିଳା ଡବଲ୍ସରେ ପଦକ ଜିତିବାର ସମ୍ଭାବନା ମଧ୍ୟ ଶେଷ ହୋଇଛି । ସାନିଆ ମିର୍ଜା ଏବଂ ଅଙ୍କିତା ରାଇନାଙ୍କ ଯୋଡି ପ୍ରଥମ ରାଉଣ୍ଡରୁ ଆଉଟ୍ ହୋଇଛନ୍ତି । ସାନିଆ ମିର୍ଜା ଏବଂ ଅଙ୍କିତା ରାଇନାଙ୍କ ଯୋଡି ପ୍ରଥମ ସେଟଟିକୁ ୬-୦ରେ ଜିତିଥିଲେ।
କିନ୍ତୁ ୟୁକ୍ରେନର ନାଦିଆ ଏବଂ ଲ୍ୟୁଡମାୟଲା ପରବର୍ତ୍ତୀ ଦୁଇଟି ସେଟ୍ ଜିତିବା ପାଇଁ ଏକ ଚମତ୍କାର କମବ୍ୟାକ୍ କରିଥିଲେ । ଫଳରେ ଭାରତୀୟ ଯୋଡିଙ୍କ ଯାତ୍ରା ସରିଛି । ସେପଟେ ୧୦୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦିବ୍ୟଂଶ ମଧ୍ୟ ଖରାପ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପ୍ରଥମ ସିରିଜରେ ଦିବ୍ୟଂଶ ୧୦୨.୭ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଫାଇନାଲରେ ପହଞ୍ଚିବା ପାଇଁ ଦିବ୍ୟଂଶଙ୍କୁ ଶୀଘ୍ର ତାଙ୍କର ପ୍ରଦର୍ଶନକୁ ଉନ୍ନତ କରିବାକୁ ପଡିବ ।