ଖେଳ ଦେଶ ବିଦେଶ

ଭାରତକୁ ଝଟକା ! ହସ୍ପିଟାଲ ଗଲେ ମହମ୍ମଦ ସାମି, ଯନ୍ତ୍ରଣାରେ ହେଉଥିଲେ ଛଟ୍‌ପଟ୍‌, କହୁଣୀ ଯାଏ ଉଠାଇ ପାରୁ ନାହାନ୍ତି ହାତ

ନୂଆଦିଲ୍ଲୀ ୧୯।୧୨: ଆଡିଲେଡ୍ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳ ଲଜ୍ଜାଜନକ ପରାଜୟବରଣ କରିଛି। ହେଲେ ଏହି ମ୍ୟାଚ୍‌ରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି। କାରଣ ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହୋଇଛନ୍ତି। କୁହାଯାଉଛି ଯେ ବାକି ୩ଟି ମ୍ୟାଚ୍‌ରୁ ସେ ଦଳରୁ ବାଦ୍ ପଡି ପାରନ୍ତି। ରିପୋର୍ଟ ଅନୁଯାୟୀ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ବାକି ମ୍ୟାଚ୍‌ରେ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଶନିବାର ବ୍ୟାଟିଂ ବେଳେ ସାମିଙ୍କ ରିଷ୍ଟ(ମଣିବନ୍ଧ) ବଲ୍ ବାଜିଥିଲା। ତାଙ୍କୁ ଏତେ ଯନ୍ତ୍ରଣା ହୋଇଥିଲା ଯେ, ସେ କହୁଣୀ ପର୍ଯ୍ୟନ୍ତ ହାତ ଉଠାଇ ପାରୁନାହାନ୍ତି।


ପାଟ କମିନ୍ସଙ୍କ ଏକ ବାଉନ୍ସ ବଲ୍ ରିଷ୍ଟରେ ବାଜିବାରୁ ସାମିଙ୍କୁ ପଡିଆ ଛାଡିବାକୁ ପଡିଥିଲା। ଫଳରେ ଭାରତୀୟ ଇନିଂସ ୨୧.୨ ଓଭରରେ ମାତ୍ର ୩୬ ରନରେ ସୀମିତ ରହିଥିଲା। ଟେଷ୍ଟ ଇତିହାସରେ ଏହା ଭାରତର ସର୍ବନିମ୍ନ ସ୍କୋର। ଏହା ପରେ ସାମିଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଯାଇଛି।

ଆଡିଲେଡ୍ ଟେଷ୍ଟକୁ ୮ ଓ୍ଵିକେଟ୍‌ରେ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି, ସାମିଙ୍କ ବିଷୟରେ ଏବେ କିଛି ଜଣା ନାହିଁ। କିନ୍ତୁ ସ୍କାନିଂ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ବୋଧହୁଏ ସନ୍ଧ୍ୟା ସୁଦ୍ଧା ତାଙ୍କ ଆହତ କେତେ ଗୁରୁତର ଜଣା ପଡିବ। ଆହତ କାରଣରୁ ସାମି ଆଉ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇନଥିଲେ।

କମିନ୍ସଙ୍କ ବଲ୍‌ ରିଷ୍ଟରେ ବାଜିବାରୁ ସାମି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଫିଜିଓ ପଡିଆକୁ ଆସି ସ୍ଫ୍ରେ ମାରି ଉପଶମ ଦେବାକୁ ଚେଷ୍ଟା କରିଥିଲେ। ହେଲେ ଯନ୍ତ୍ରଣା ଏତେ ଅଧିକ ଥିଲା ଯେ, ସାମିଙ୍କୁ ପଡିଆ ଛାଡିବାକୁ ପଡିଥିଲା। ଚାରି ମ୍ୟାଚ୍‌ ବିଶିଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଏବେ ୦-୧ରେ ପଛୁଆ ରହିଛି। ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ମୁକାବିଲା ଡିସେମ୍ବର ୨୬ରେ ମେଲବର୍ଣ୍ଣରେ ଖେଳାଯିବ।


ଯଦି ମହମ୍ମଦ ସାମି ଟେଷ୍ଟ ସିରିଜ୍‌ରୁ ବାଦ୍ ପଡନ୍ତି ତେବେ ଭାରତକୁ ବହୁତ ବଡ ଝଟକା ଲାଗିବ। ଗତ ଦୁଇ ବର୍ଷ ହେବ ସାମି ଭାରତର ସବୁଠୁ ସଫଳ ଟେଷ୍ଟ ବୋଲର। ଯଦି ବାକି ତିନୋଟି ମ୍ୟାଚ୍‌ରେ ସେ ଖେଳିବେ ନାହିଁ ତେବେ ମହମ୍ମଦ ସିରାଜ କିମ୍ବା ନବଦୀପ ସାଇନି ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସୁଯୋଗ ଦିଆଯାଇ ପାରେ। ଉଭୟ ବୋଲର ଟେଷ୍ଟରେ ପଦାର୍ପଣ ପାଇଁ ଅପେକ୍ଷା କରି ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ