ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି । କୁହାଯାଏ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ନିଜ ଖାଦ୍ୟରୁ ଭାତକୁ ଦୂରେଇ ରଖନ୍ତୁ, କାରଣ ଏଥିରେ ଅଧିକ ମାତ୍ରରେ କ୍ୟାଲୋରୀ ଥାଏ । ହେଲେ ଅନେକ ଲୋକ ଭାତ ଖାଇବାକୁ ବହୁତ୍ ପସନ୍ଦ କରନ୍ତି, ଯାହା ଫଳରେ ସେମାନେ ଭାତଠାରୁ ନିଜକୁ ଦୂରେଇ ରଖିବାରେ ଅସମର୍ଥ ହୁଅନ୍ତି । ତେବେ ଆସନ୍ତୁ ଜାଣିବା ଭାତ ଖାଇବା ସହିତ କିପରି ଓଜନ ହ୍ରାସ କରିପାରିବା ।

ଓଜନ ହ୍ରାସ କରିବାର ପ୍ରଥମ ନିୟମ ହେଉଛି ଖାଦ୍ୟରେ କ୍ୟାଲୋରୀ ପରିମାଣ ହ୍ରାସ କରିବାକୁ ପଡିବ । ଏଥିପାଇଁ ଯେ କୌଣସି ଖାଦ୍ୟ ଖାଉଥିଲେ ସେଥିରେ କ୍ୟାଲୋରୀର ମାତ୍ରା କମ୍ ରଖାଯାଏ ।

ଭାତ –

ଯଦି ଭାତ ଖାଇ ଓଜନ ହ୍ରାସ କରିବାକୁ ଚାହୁଁଥାନ୍ତି, ତେବେ ମନେରଖିବାକୁ ପଡିବ ଯେ, କେଉଁ ସମୟରେ କେତେ ଭାତ ଖାଉଛନ୍ତି । ଏକ ଛୋଟ ପାତ୍ରରେ କେବଳ ଥରେ ଭାତ ଖାଇ ପାରିବେ । ଏପରି କଲେ କ୍ୟାଲୋରୀ ପରିମାଣ କମ୍ ରହିବ । ଆଉ ମନେରଖନ୍ତୁ ,ଭାତକୁ ଫ୍ରାଏ କରି ଖାଇବା କିମ୍ବା ଭାତକୁ କୌଣସି କ୍ରୀମ୍ ସହିତ ମିଶାଇ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ । କେବଳ ସିଝା ଭାତକୁ ଖାଦ୍ୟରେ ବ୍ୟବହାର କରନ୍ତୁ । ଭାତରେ ଅଧିକ କାର୍ବୋହାଇଡ୍ରେଟ୍ ଥାଏ ।

ପନିପରିବା ସହିତ ଭାତ ଖାଆନ୍ତୁ –

ଅଳ୍ପ ଭାତ ଖାଇବା ପରେ ଖୁବ୍ ଶୀଘ୍ର ପୁଣି ଥରେ ଭୋକିଲା ଅନୁଭବ ହୁଏ । ଏହାକୁ ମ୍ୟାନେଜ୍ କରିବା ପାଇଁ ଭାତ ସହିତ ନିଜ ମନ ପସନ୍ଦର ପନିପରିବା ଖାଇ ପାରିବେ । ପନିପରିବାରେ ଭରପୁର ପ୍ରୋଟିନ୍ ଓ ଫାଇବର ମିଳିଥାଏ । ଯାହା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭରି ରହିବାରେ ସାହାଯ୍ୟ କରେ, ଯାହା ଫଳରେ ବାରମ୍ବାର ଖାଇବାରୁ ନିଜକୁ ରୋକିହୁଏ ।

ବ୍ୟାୟାମ –

ଓଜନ ହ୍ରାସ ପାଇଁ ଖାଦ୍ୟ ସହିତ ନିୟମିତ ବ୍ୟାୟାମ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେବଳ କମ୍ ଖାଦ୍ୟ କିମ୍ବା କେବଳ ବ୍ୟାୟାମ, ଓଜନ ହ୍ରାସ କରିବାରେ ସହାୟକ ହୋଇ ନଥାଏ । । ଏଥିପାଇଁ ଉପଯୁକ୍ତ ଖାଦ୍ୟ ସହିତ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ଯାହା ଆପଣଙ୍କୁ ସର୍ବଦା ଫିଟ୍ ରଖିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

ଭାଗ୍ୟ ଖୋଲିଗଲା: ଜିତିଲେ ୧୦ ଲକ୍ଷ ଡଲାର ଲଟେରି, କିଏ ସେ ଭାଗ୍ୟବାନ କେରଳୀ, କେମିତି ହେଲେ କୋଟିପତି ?

ନୂଆଦିଲ୍ଲୀ ୨୨/୧୦: କୌଣସି କାର୍ଯ୍ୟରେ ଲକ୍ (ଭାଗ୍ୟ) ସାଥ୍ ଦେଲେ ମଣିଷର ପରିବର୍ତ୍ତନ ନିଶ୍ଚିତ ବୋଲି ବିଶ୍ବାସ କରାଯାଏ। ବେଳେବେଳେ କିଛି ଲୋକଙ୍କ ଭାଗ୍ୟ ଏମିତି ପରିବର୍ତ୍ତନ