ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଘଣ୍ଟିଦ୍ବାର ଭାଙ୍ଗିଗଲାଣି। ଘଣ୍ଟିଦ୍ବାରର ଲୁହା ବିମ୍ ପାର୍ଶ୍ବ ଫାଟି ବକଳବକଳ ହୋଇ ପଲସ୍ତରା ଉତୁରିଗଲାଣି। ସଂଲଗ୍ନ ଲୁହା ବିମ୍ରୁ କଳଙ୍କି ଛାଡ଼ିଗଲାଣି। ଲୁହା ଗେଟ୍ କବ୍ଜା ଲାଗିଥିବା ସ୍ଥାନ ମଧ୍ୟ ଭାଙ୍ଗିରୁଜି ଯାଇଛି। ବରିଷ୍ଠ ଓ ଦିବ୍ୟାଙ୍ଗଙ୍କ ସୁବିଧା ଦର୍ଶନ ପାଇଁ ଘଣ୍ଟିଦ୍ବାର ବିକଳ୍ପ ପ୍ରବେଶପଥ କରାଯାଇଛି। ମାତ୍ର, ମହାପ୍ରଭୁଙ୍କ ଏହି ଦ୍ବାର ଅନେକଦିନ ହେଲା ଭାଙ୍ଗିରୁଜି ଯାଇଥିଲେ ବି ଏହାର ମରାମତି କରାଯାଉ ନାହିଁ। ଏହି ବାଟ ଦେଇ ଅଧିକାଂଶ ସମୟରେ ବହୁ ଅଧିକାରୀ ଯା’ଆସ କରୁଛନ୍ତି, କିନ୍ତୁ ଘଣ୍ଟିଦ୍ବାର ମରାମତି ପାଇଁ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି।
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଝୁଲା ବ୍ୟବସ୍ଥା କରାଇବା ନେଇ ନିଷ୍ପତ୍ତି ହୋଇଛି। ଦିବ୍ୟାଙ୍ଗମାନେ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବେ। ସେଠାରୁ ବାହାର କାଠ ଓ ଭିତର କାଠ ମଝିରେ ଜୟ ବିଜୟ ଦ୍ବାରରୁ ଦର୍ଶନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ମାତ୍ର, ଘଣ୍ଟିଦ୍ବାର ଉପରୁ ପଲସ୍ତରା ଖସିଯାଇଥିବାରୁ ଏବଂ କିଛି ଅଂଶରେ ଫାଟ ରହିଥିବାରୁ ଏହାକୁ ମରାମତି କରିବା ନେଇ ଗୁରୁତ୍ବ ଦିଆଯାଇ ନାହିଁ। ଏ ସମସ୍ୟା ବହୁଦିନର ହୋଇଥିଲେ ସୁଦ୍ଧା ଏହାକୁ ନଜର ଅନ୍ଦାଜ କରାଯାଇଛି।
ଅନ୍ୟପକ୍ଷରେ, ଘଣ୍ଟିଦ୍ବାର କେବଳ ସୀମିତ ଭକ୍ତ ଓ ସେବକଙ୍କ ପ୍ରବେଶ ଲାଗି ଉଦ୍ଦିଷ୍ଟ ହୋଇଥିବାରୁ ଏହା ଅନ୍ୟ ଦ୍ବାର ଅପେକ୍ଷା ଛୋଟ। ତେବେ, ତୁରନ୍ତ ମରାମତି ନକରିବାରୁ ଲୁହା ବିମ୍ରେ ମଧ୍ୟ କଳଙ୍କି ଲାଗି ଝଡ଼ୁଥିବାରୁ ଏହା ଦୁର୍ବଳ ହେଉଛି। ଦ୍ବାର କ୍ଷତିଗ୍ରସ୍ତ ହୋଇଥିବାରୁ ଧୀରେଧୀରେ ଫାଟ ମେଲିବାର ଆଶଙ୍କା ସୃଷ୍ଟି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଘଣ୍ଟିଦ୍ବାରର ଡାହାଣ ପାର୍ଶ୍ବ ଉପରି ଭାଗରୁ ପଲସ୍ତରା ଖସି ଯାଇ ଲୁହା ବିମ୍ ଦେଖାଯାଉଛି। ଏହାର ପ୍ରଭାବରେ ପାର୍ଶ୍ବବର୍ତ୍ତୀ ସ୍ଥାନମାନଙ୍କରେ ଫାଟ ସୃଷ୍ଟି ହୋଇଛି।
କିଛିଦିନ ତଳେ ଶ୍ରୀମନ୍ଦିରର ନାଟମଣ୍ଡପରେ ଫାଟ ଦେଖିବାକୁ ମିଳିଥିଲା। ପରେ ଜୟ ବିଜୟ ଦ୍ବାର ଓ ବେହରଣ ଦ୍ବାରରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। ନାଟମଣ୍ଡପରେ କ୍ରାକ୍ ମିଟର ଲଗାଇ ଫାଟ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଆଇଆଇଟି ଖଡ଼ଗପୁର ପକ୍ଷରୁ କ୍ରାକ୍ ମିଟର ଜରିଆରେ ନାଟମଣ୍ଡପ ଫାଟର ତୀବ୍ରତା ଅନୁଧ୍ୟାନ କରାଯାଉଛି। ହେଲେ ଘଣ୍ଟିଦ୍ବାରର ଫାଟକୁ ପ୍ରଶାସନ ଗୁରୁତ୍ବର ସହ ନେଉନଥିବା ଜଳଜଳ ବାରି ହୋଇପଡ଼ୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l