ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

ଭାଗ୍ୟ ଖୋଲିଗଲା: ଜିତିଲେ ୧୦ ଲକ୍ଷ ଡଲାର ଲଟେରି, କିଏ ସେ ଭାଗ୍ୟବାନ କେରଳୀ, କେମିତି ହେଲେ କୋଟିପତି ?

ନୂଆଦିଲ୍ଲୀ ୨୨/୧୦: କୌଣସି କାର୍ଯ୍ୟରେ ଲକ୍ (ଭାଗ୍ୟ) ସାଥ୍ ଦେଲେ ମଣିଷର ପରିବର୍ତ୍ତନ ନିଶ୍ଚିତ ବୋଲି ବିଶ୍ବାସ କରାଯାଏ। ବେଳେବେଳେ କିଛି ଲୋକଙ୍କ ଭାଗ୍ୟ ଏମିତି ପରିବର୍ତ୍ତନ ହୁଏ ଯେ ସେମାନେ ରାତାରାତି କୋଟିପତି ହୋଇଯାଆନ୍ତି। କାହାର କେବେ ଲଟେରି ଲାଗିଯାଏ ତ ଆଉ କାହାକୁ ଅଚାନକ ମିଳିଯାଏ ଅମାପ ଧନ। ସେମିତି ଜଣେ କେରଳୀ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି। କେରଳ ବାସିନ୍ଦା ପ୍ରାୟ ୨୧ ବର୍ଷ ହେବ ଦୁବାଇରେ ରହୁଥିଲେ। ଚାକିରୀ ପାଇଁ ଯାଇଥିବା ବ୍ୟକ୍ତିଜଣଙ୍କ ଏବେ ୧ ମିଲିୟନ ଡଲାର ଅର୍ଥର ମାଲିକ।
୪୬ ବର୍ଷୀୟ କେରଳ ବାସିନ୍ଦା ଅନୁବ ପିଲାଇ ଦୁବାଇରେ ରୁହନ୍ତି। ସେଠାରେ ୨୧ ବର୍ଷ ରହିଥିଲେ ହେଁ ତାଙ୍କର ଭାଗ୍ୟ କୁଣ୍ଡଳି ଖୋଲିଛି ଏବେ। ଅକ୍ଟୋବର ୪ରେ କିଣିଥିବା ଲଟେରି ଟିକ୍ଟ ତାଙ୍କୁ କରିଦେଇଛି କୋଟିପତି। ରାତିରାତି ୧୦ ଲକ୍ଷ ଡଲାରର ମାଲିକ ହୋଇଛନ୍ତି ଦୁଇ ପିଲାର ବାପା ଅନୁବ।
ୟୁଏଇରେ ଏକ ନିର୍ମାଣ ସଂସ୍ଥାରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ଅନୁବ ପିଲାଇ। ବହୁ ଦିନ ହେଲା ଏହି ଭାଗ୍ୟ ଖେଳ ଖେଳୁଥିଳେ ହେଁ କେବେ ଜିତିବାର ସୁଯୋଗ ପାଇନଥିଲେ ବୋଲି ପିଲାଇ କହିଛନ୍ତି। ଏପରିକି ଦୀର୍ଘ ଦିନ ପରେ ଶୁଳ୍କମୁକ୍ତ ୧ ମିଲୟନ ଡଲାର ଜିତି ସେ ବେଶ ଖୁସି ଥିବା କହିଛନ୍ତି।
୧୯୯୯ରୁ ଆରମ୍ଭ ହୋଇଥିବା ଭ୍ୟାଗ୍ୟ ଗେମ୍ ମିଲେନିୟମ ମିଲିୟନାରିରେ ୧୬୯ ତମ ଭାରତୀୟ ଭାବେ ୧ ମିଲିୟନ ଡଲାର ଜିତିବାରେ ସୌଭାଗ୍ୟ ପାଇଛନ୍ତି ଅନୁବ ପିଲାଇ। ତେବେ ଏତେ ଗୁଡ଼ିଏ ଟଙ୍କା କଣ କରିବେ ବୋଲି କିଛି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ପିଲାଇ କହିଛନ୍ତି। ସେପଟେ ଆଉ ଜଣେ ଭାରତୀୟ ବିଶାଳ ରବିନ୍ଦ୍ରମ ଏକ ସୁପର ବାଇକ୍ ଜିତିଥିବା ଦୁବାଇ ଏୟାରପୋର୍ଟ ଅଧିକାରୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା