ମନୋରଞ୍ଜନ

ଭାଇରାଲ ହେଲା ରାହୁଲଙ୍କ ରୋମାଣ୍ଟିକ୍ ଫଟୋ

ପଣଜୀ: ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ରାହୁଲ ଚହର ପ୍ରେମୀକା ଈଶାନୀଙ୍କ ସହ ଉଠାଇଥିବା ଏକ ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି। କିଛି ଦିନ ତଳେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ବେଳେ ଆଇପିଏଲ୍‌ ଅବସରରେ ରାହୁଲଙ୍କ ଈଶାନୀ ଉତ୍ସାହିତ କରୁଥିବାର ଦୃଶ୍ୟ ନିୟମିତ ଦେଖିବାକୁ ମିଳୁଥିଲା। ଗତ ବର୍ଷ ଯେତେବେଳେ ମୁମ୍ବ‌ାଇ ଇଣ୍ଡିଆନ୍ସ ଦଳ ୟୁଏଇ ଯାଇଥିଲା ରାହୁଲ-ଈଶାନୀ ଏକାଠି ରହୁଥିଲେ। ଏବର୍ଷ ମଧ୍ୟ ମୁମ୍ବାଇ ଜୈବ ବଳୟରେ ସେ ଥିଲେ। ୨୧ ବର୍ଷୀୟ ରାହୁଲ ସଂପ୍ରତି ଗୋଆରେ ଛୁଟି କଟାଉଛନ୍ତି।

ଉଭୟ ସେଠାରେ ଉଠାଇଥିବା ଏହି ରୋମାଣ୍ଟିକ୍ ଫଟୋଟିକୁ ରାହୁଲ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିବା ପରେ ପ୍ରଶଂସକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। କ୍ରିକେଟ୍‌ରୁ ଦୂରେଇ ରହିଥିବାରୁ ଈଶାନୀଙ୍କ ସହ ହିଁ ଅଧିକ ସମୟ କଟାଉଛନ୍ତି ସେ। ଚଳିତବର୍ଷ ମାର୍ଚ ମାସରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ରାହୁଲ ଚଳିତବର୍ଷର ଆଇପିଏଲ୍‌ରେ ବି ୭ ମ୍ୟାଚ୍‌ରୁ ୧୧ ୱିକେଟ୍ ନେଇ ମୁମ୍ବାଇ ଇଣ୍ଡିଆନ୍ସର ସଫଳତମ ବୋଲର ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ