ଦେଶ ବିଦେଶ ମନୋରଞ୍ଜନ

ଭାଇରାଲ୍‌ ହେଲା ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ପ୍ରଥମ ଫଟୋ

ମୁମ୍ବାଇ: ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରୁ ଆଜି ନିଜର ନବଜାତ ପୁତ୍ରକୁ ଘରକୁ ନେଇ ଯାଇଛନ୍ତି ସୈଫ୍‌ ଅଲ୍ଳୀ ଖାନ୍‌ ଓ କରୀନା କପୁର୍‌। ସୈଫ୍‌, କରୀନା ଓ ତୈମୁର ହସ୍ପିଟାଲ୍‌ରୁ ନବଜାତ ପୁତ୍ରକୁ ନେଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କାର୍‌ର ଆଗ ସିଟ୍‌ରେ ବସିଥିବା ସୈଫ୍‌ ଓ ତୈମୁରଙ୍କୁ ଫଟୋରେ ଦେଖିବାକୁ ମିଳିଛି।

କରୀନାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବା ପରେ ସୈଫ୍‌ ଓ ତୈମୁର୍‌ ତାଙ୍କୁ ଘରକୁ ନେବା ପାଇଁ ଯାଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଏହିି ଅବସରରେ ସୈଫ୍‌, କରୀନାଙ୍କ ନବଜାତ ଶିଶୁର ଫଟୋ ବି ସୋସିଆଲ୍‌ ମିଡିଆରେ ପ୍ରଥମ ଥର ପାଇଁ ଭାଇରାଲ୍‌ ହୋଇଛି।

ଯଦିଓ କରୀନା ଓ ସୈଫ୍ ନିଜର ନବଜାତ ଶିଶୁକୁ ଧରି କୌଣସି ପୋଜ୍‌ ଦେଇନାହାନ୍ତି, ମାତ୍ର ଫଟୋଗ୍ରାଫର ପାର୍ଶ୍ବରୁ କରୀନାଙ୍କ ନବଜାତ ଶିଶୁର ଏକ ଫଟୋ ନେବାରେ ସମର୍ଥ ହୋଇଛନ୍ତି। ତେବେ ପୁତ୍ରର ମୁହଁ ଫଟୋରେ ସ୍ପଷ୍ଟ ଭାବେ ଦିଶୁନାହିଁ। ନବଜାତକୁ ଜଣେ ମହିଳା ସୁରକ୍ଷିତ ଭା‌ବେ ତାଙ୍କ ବାହୁରେ ଜାବୁଡ଼ି ଧରିଛନ୍ତି। ପୁତ୍ରକୁ ଏକ କପଡ଼ାରେ ଢଙ୍କା ଯାଇଥିବା ବେଳେ ଆଉ ଏକ କପଡ଼ା ତା’ ମୁହଁରେ ପଡ଼ିଥିବାର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳେ କରୀନା କପୁର୍‌ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫେବ୍ରୁଆରି ୨୧ ତାରିଖ ସକାଳ ୯ଟା ସମୟରେ ତାଙ୍କର ନବଜାତ ପୁତ୍ରକୁ ଜନ୍ମ ଦେଇଥିଲେ କରୀନା। ଏ ସଂପର୍କରେ ପ୍ରଥମେ କରୀନାଙ୍କ ବାପା ରଣଧୀର କପୁର ସୂଚନା ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ