ରାଜ୍ୟ ସ୍ୱାସ୍ଥ୍ୟ

ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୧୦।୨: କୋଭିଡ଼ର ନୂଆ ଭାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଭାରିଆଣ୍ଟ ବିଷୟରେ ଏବେଠୁ କହିବା ବହୁତ ଶୀଘ୍ର ହୋଇଯିବ। ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ ରହିବ । ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ । ଅଧିକ ଘାତକ ହେବ କି ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ତଥ୍ୟ ନାହିଁ । ପ୍ରାମାଣିକ ତଥ୍ୟ କିଛି ଆସିନାହିଁ । ଏବେଠୁ ତଥ୍ୟକୁ ଅପେକ୍ଷା କରିବା ଆବଶ୍ୟକ। ନାଜାଲ ଡ୍ରପ୍ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସାଇଣ୍ଟିଫିକ୍ ତଥ୍ୟ କହୁଛି ନାଜାଲ ଡ୍ରପ୍ କାମ କରୁଛି । ଗାଇଡ଼ଲାଇନ ଆସିଲେ ଯାହା କାର୍ଯ୍ୟ କରିବା କଥା କରାଯିବ ।

ରାଜ୍ୟରେ କୋଭିଡ୍ ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ ବି ବହୁ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଏପରି ରହିବ । ବର୍ତ୍ତମାନ ବି ୭୦ରୁ ୭୧ଜଣ ଆକ୍ରାନ୍ତ ଭେଣ୍ଟିଲେଟରରେ ଅଛନ୍ତି । ସଂକ୍ରମଣ ପିକ୍ ପରେ ମୃତ୍ୟୁ ସଂଖ୍ୟା କମିବାକୁ ୬ରୁ ୭ ସପ୍ତାହ ଲାଗିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ