ରାଜ୍ୟ

ଭଲ ଖବର: ସାବାସ ସାଇ ପ୍ରତ୍ୟୁଷ

ପୁରୀ : ଲୋଭ ପରିହାର କରିବା କଥା ବହିରେ ପଢ଼ୁଥିଲେ ହେଁ ଆଜି କାର୍ଯ୍ୟରେ ଦେଖାଇଛନ୍ତି ବଳଗଣ୍ଡି ସ୍କୁଲର ତୃତୀୟ ଶ୍ରେଣୀର କୁନି ଛାତ୍ର ସାଇ ପ୍ରତ୍ୟୁଷ ନାୟକ। ଆଜି ରେଡ୍‌କ୍ରସ୍‌ ରୋଡ୍‌ସ୍ଥିତ ଏକ ଏସ୍‌ବିଆଇ ଏଟିଏମ୍‌କୁ ଜଣେ ବ୍ୟକ୍ତି ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଟଙ୍କା ଉଠାଣ ବେଳେ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଏଟିଏମ୍‌ରୁ ଟଙ୍କା ବାହାରିନଥିଲା। ତେଣୁ ସେ ଏଟିଏମ୍‌ କିଓସ୍କୋ ଛାଡ଼ି ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ସାଇ ପ୍ରତ୍ୟୁଷ ନିଜ ଦାଦା ସୁଶାନ୍ତ ନାୟକଙ୍କ ସହ ଏଟିଏମ୍‌ କାଉଣ୍ଟର ମଧ୍ୟରେ ଉପସ୍ଥିତ ଥିଲେ। ବ୍ୟକ୍ତି ଜଣକ ଯିବା ପରେ ଏଟିଏମ୍‌ରୁ ଟଙ୍କା ବାହାରିବା ଦେଖି ସାଇ ପ୍ରତ୍ୟୁଷ ସେହି ବ୍ୟକ୍ତିଙ୍କୁ ଡାକ ଛାଡ଼ିଥିଲେ। ଆପଣଙ୍କର ଟଙ୍କା ଏଟିଏମ୍‌ରେ ଆସିଛି କହିବାରୁ ବ୍ୟକ୍ତିଜଣକ ଆସି ଏଟିଏମ୍‌ରୁ ୧୦ ହଜାର ଟଙ୍କା କାଢ଼ି ନେଇଥିଲେ।

ତେବେ ଟଙ୍କା ବାହାରିବାରେ ସମସ୍ୟା ହେଉଥିବା ଭାବି ଫେରି ଯାଉଥିବା ବ୍ୟକ୍ତି ଜଣକ ସାଇ ପ୍ରତ୍ୟୁଷଙ୍କର ସଚ୍ଚୋଟତା ଓ ନିର୍ଭେଜାଲ ମନକୁ ପଢ଼ି ତାଙ୍କୁ ଖୁବ ପ୍ରଶଂସା କରିବା ସହ ଚକଲେଟ୍‌ ଖାଇବ କହି ୨ଶହ ଟଙ୍କିଆ ନୋଟ ଦେଇଥିଲେ। ସାଇ ପ୍ରତ୍ୟୁଷଙ୍କ ମୁଣ୍ଡକୁ ଆଉଁଷି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।