ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ଜୁସ୍ ବିକି ପଢ଼ାଖର୍ଚ୍ଚ ଉଠାଉଛନ୍ତି ଦୁଇସାଙ୍ଗ

ଭଞ୍ଜନଗର : ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ‌ହେବାକୁ ଇଚ୍ଛା ଥିଲେ ଉପାୟ ଆପେ ମିଳିଯାଏ। ଆଉ ‌ଜୀବନର କଠିନ ସମୟକୁ ସଫଳତାର ସହ ମୁକାବିଲା ପାଇଁ ବାଟ ଖୋଲିଯାଏ। ଏହି କଥାକୁ ସତ କରି ଦେଖାଇଛନ୍ତି, ଦୁଇବନ୍ଧୁ ତଥା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଟାଙ୍ଗଣ ଗ୍ରାମର ବାସିନ୍ଦା କାଳିଆ ପ୍ରଧାନ ଓ ସୁରଜ ବେହେରା। ପାଠପଢ଼ା ସାଙ୍ଗକୁ ଆତ୍ମନିର୍ଭରଶୀଳ ହେବା ଓ ପଢ଼ାଖର୍ଚ୍ଚ ଉଠାଇବା ଲାଗି ସେମାନେ ଜୁସ୍ ଦୋକାନ ଖୋଲି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଉ ଭଞ୍ଜନଗର ବସ୍‌ଷ୍ଟାଣ୍ଡ୍‌ ଛକରେ ସ୍ବାସ୍ଥ୍ୟ ଉପାଦେୟ ବିଭିନ୍ନ ଜୁସ୍‌ ବିକ୍ରି କରି ସବୁ ମହଲରେ ପ୍ରିୟ ହୋଇପାରିଛନ୍ତି।

କାଳିଆ ଓ ସୁରଜ ହେଉଛନ୍ତି ମେଧାବୀ ଛାତ୍ର। କାଳିଆ ପାଠପଢ଼ା ସରିବା ପରେ ବର୍ତ୍ତମାନ ରେଳବାଇରେ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିଛିମାସ ତଳେ କାଳିଆ ବ୍ରହ୍ମପୁର‌ ସହରକୁ ଏକ ପରୀକ୍ଷା ଦେବାକୁ ଆସିଥିଲେ। ସେଠାରେ ଲୋକଙ୍କୁ ସ୍ବାସ୍ଥ୍ୟଯତ୍ନ ବିଷୟରେ ସଚେତନତା ସହ ବିଭିନ୍ନ ପ୍ରକାର ଜୁସ୍ ବିକ୍ରି କରାଯାଉଥିବା ଦେଖିବାକୁ ପାଇଥିଲେ। ଯାହାକି ତାଙ୍କୁ ରୋଜଗାର ପାଇଁ ବାଟ ଦେଖାଇଥିଲା। ଆଉ ସାଙ୍ଗ ସୁରଜ ସହ ମିଶି ସେ ମଧ୍ୟ ଭଞ୍ଜନଗରରେ ଏଭଳି ଏକ ଜୁସ୍ ଷ୍ଟଲ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ସେପଟେ ସୁରଜ ବର୍ତ୍ତମାନ ଡିପ୍ଲୋମା ସାରି ଇଞ୍ଜିନିୟରିଂରେ ଡିଗ୍ରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଜୁସ୍ ବିକ୍ରି ବାବଦରେ ମିଳୁଥିବା ଟଙ୍କାରେ ଦୁଇସାଙ୍ଗଙ୍କ ପଢ଼ାଖର୍ଚ୍ଚ ଉଠିଯାଉଥିବା ସେମାନେ କହିଛନ୍ତି। ଏଣୁ ଘର ଲୋକଙ୍କ ଉପରେ ତାଙ୍କର ପଢ଼ା ପାଇଁ ଆଉ ଆର୍ଥିକ ବୋଝ ନାହିଁ। ଏଥିପାଇଁ ସେମାନେ କିଛି ବନ୍ଧୁ ଓ ବ୍ଲକ୍ ଆଇପିଓ ସହାୟତା ନେଇଥିଲେ। ଆର୍ଥିକ ସହାୟତା ମିଳିବା ପରେ ଏହି ବ୍ୟବସାୟ ଆରମ୍ଭ କରିଥିବା କାଳିଆ କହିଛିନ୍ତି।

ପ୍ରତିଦିନ ଏହି ଦୁଇବନ୍ଧୁଙ୍କ ଜୁସ୍ ଷ୍ଟଲ୍ ଭୋର୍ ୪ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଖୋଲାରହୁଛି। ମାଣ୍ଡିଆ, କଲରା, ବିଟ୍‌, ଗାଜର, ବେଲପତ୍ର ଓ ମିଶ୍ରି ସମେତ ବିଭିନ୍ନ ସ୍ବାସ୍ଥ୍ୟ ଉପାଦେୟ ଜୁସ୍ ସେମାନେ ବିକ୍ରି କରୁଛନ୍ତି। କେବଳ ଏତିକି ନୁହେଁ, ଷ୍ଟଲ୍ ଆଗରେ ସ୍ବାସ୍ଥ୍ୟ ସଚେତନତା ସଂକ୍ରାନ୍ତ ବ୍ୟାନର୍ ମାରିଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।