ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଲ ଖବର: ଚାଷକରି ଗାଁର ସଭିଏଁ ଲକ୍ଷପତି

ଘଟଗାଁ : ଚାଷକରି ଗୋଟିଏ ଗାଁର ସମସ୍ତେ ଲକ୍ଷପତି। କେବଳ ସେତିକି ନୁହେଁ, ଗାଁରେ ସମସ୍ତଙ୍କର ପକ୍କାଘର। ଅଧିକାଂଶ ଛାତ। କେତୋଟି ଘର ଟାଇଲ ଛପର। ସମସ୍ତଙ୍କ ଘରେ ସର୍ବନିମ୍ନ ଦୁଇଟି ବାଇକ୍। ଗୋଟିଏ ଦୁଇଟି ପାୱାର ଟିଲର। ୪-୫ ଜଣଙ୍କ ପାଖରେ ଅଛି ୪ ଚକିଆ ଗାଡ଼ି। ଆଉ ଦୁଇ-ତିନି ଜଣ ୧୪ ଚକିଆ ଟ୍ରକ୍‌ ମାଲିକ। ସମସ୍ତଙ୍କ ଉଦ୍ୟମରେ ଏକ ସମୃଦ୍ଧ ଗାଁରେ ପରିଣତ ହୋଇଥିବା ଏହି ଗାଁ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଦୁବୁଲାବେଡ଼ା।

ବ୍ଲକ୍‌ ମୁଖ୍ୟାଳୟଠାରୁ ହରିଚନ୍ଦନପୁର ରାସ୍ତାରେ ୫-୬ କିଲୋମିଟର ଆଗକୁ ଗଲେ ଡାହାଣପାର୍ଶ୍ବରେ ରହିଛି ଦୁବୁଲାବେଡ଼ା ଗାଁ। ଏହି ଗାଁରେ ରହୁଛନ୍ତି ୭୦ ପରିବାର। ମୁଖ୍ୟ ସାହିକୁ ଯଦିଓ ଏବେ ବି ମାଟି ରାସ୍ତା ରହିଛି, ତାହା ସେମାନଙ୍କ ପ୍ରଗତିପଥରେ ବାଧା ସୃଷ୍ଟି କରିପାରି ନାହିଁ। ରାତି ପାହିଲେ ପରିବା ବେପାରୀ ଏହି ଗାଁରେ ଗାଡ଼ି ଧରି ପହଞ୍ଚି ଯାଉଛନ୍ତି। ଏବେ ସମସ୍ତଙ୍କ ବାଡ଼ିରେ ବନ୍ଧା ଓ ଫୁଲକୋବି, ବାଇଗଣ ଚାଷ। ଦୁଇରୁ ତିନୋଟି ବାଇଗଣ ଗୋଟିଏ କେଜି ଓଜନ ହେଉଛି।

ସମସ୍ତେ ନିଜସ୍ବ ଉଦ୍ୟମରେ କୂଅ, ପୋଖରୀ, ବୋରୱେଲ୍‌ ଖୋଳି ପାଣି ମଡ଼ାଇ ପରିବା ଚାଷ କରୁଛନ୍ତି। ସରକାରଙ୍କ ପକ୍ଷରୁ ଗୋଟିଏ ସୌରଶକ୍ତି ଚାଳିତ ପମ୍ପ୍‌ ବସିଛି। ସେଥିରୁ କେବଳ ୧୦ ଜଣ ଚାଷୀ ଉପକୃତ ହେଉଛନ୍ତି। ଏହା ଗୋଟିଏମାତ୍ର ସରକାରୀ ସହାୟତା। ପ୍ରତ୍ୟେକ ଚାଷୀ ନିଜେ ମଞ୍ଜି ବିହନ ଉତ୍ପାଦନ କରିବା ସହ ଚାରା ପ୍ରସ୍ତୁତ କରୁଛନ୍ତି। ବିନା କୃଷି ପରାମର୍ଶରେ ନିଜ ଅଭିଜ୍ଞତାରୁ ଗୋଟିଏ ଋତୁରେ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କାର ବାଇଗଣ, କୋବି ବିକୁଥିବାର କହିଛନ୍ତି ଚାଷୀ ସୁବର୍ଣ୍ଣ ମହାନ୍ତ।

କେବଳ ସୁବର୍ଣ୍ଣ ମହାନ୍ତ ନୁହନ୍ତି ଗ୍ରାମର କୁଳମଣି ମହାନ୍ତ, ପାଇକରାୟ ମହାନ୍ତ, ମଙ୍ଗୁଳୁ ମହାନ୍ତ, ଗଙ୍ଗାଧର ମହାନ୍ତ, ନରହରି ମହାନ୍ତ, ଲକ୍ଷ୍ମଣ ମହାନ୍ତ, ରାମ ମହାନ୍ତ, ପରମେଶ୍ୱର ମହାନ୍ତ, ଭକ୍ତବନ୍ଧୁ ମହାନ୍ତ, ଗୁଣଧର ମହାନ୍ତ, ଯତନ ମହାନ୍ତ, ସମସ୍ତେ ଚାଷକୁ ଆଦରି ନେଇଛନ୍ତି। ସେମାନଙ୍କ ଜୀବନ ନୂଆମୋଡ଼ ନେବା ସହିତ ଚାଷ ଦେଖାଇଛି ସେମାନଙ୍କୁ ନୂଆ ଦିଶା। କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ଉଦ୍ୟମ ସେମାନଙ୍କୁ ଆଣିଦେଇଛି ସଫଳତା। ଗାଁର ଅଧିକାଂଶ ପୁରଷ ଓ ମହିଳା ହେଉଛନ୍ତି ଉଚ୍ଚଶିକ୍ଷିତ। ସେମାନେ ଚାକିରି ପଛରେ ନଗୋଡ଼ାଇ ଚାଷକୁ ବେଉସା ଭାବରେ ଆଦରି ବେଶ୍ ଦି’ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।