କଳା ଓ ସଂସ୍କୃତି ରାଜ୍ୟ

ଭଙ୍ଗା ଅଳଙ୍କାର ପିନ୍ଧୁଛନ୍ତି ମହାପ୍ରଭୁ, ଉଦ୍‌ବେଗ ପ୍ରକାଶ କଲେ ଭଣ୍ଡାର ମେକାପ

ପୁରୀ : ମହାପ୍ରଭୁ ଭଙ୍ଗା ସୁନା ଅଳଙ୍କାର ପିନ୍ଧୁଛନ୍ତି। ସୁନାବେଶ ହେଉ କି ଦୈନନ୍ଦିନ ନୀତିକାନ୍ତି, ସବୁଥିରେ ଠାକୁରଙ୍କୁ ଭଙ୍ଗା, ପୁରୁଣା ସୁନା ଅଳଙ୍କାର ଲାଗି କରାଯାଉଛି। ଏହାର ତ୍ବରିତ୍‌ ମରାମତି ଆବଶ୍ୟକ। ଅନେକ ଦାତା ଅଛନ୍ତି, ଯେଉଁମାନେ ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ସୁନା ଦାନ କରିବାକୁ ଆଗେଇ ଆସିବେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଗୁରୁତ୍ବ କି ଦୃଷ୍ଟି ଦେଉନି। ଆଜି ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ଭଣ୍ଡାର ମେକାପ ମଧୁସୂଦନ ମେକାପ। ଶ୍ରୀ ମେକାପ କହିଛନ୍ତି, ଆଗକୁ ରଥଯାତ୍ରା। ଏଣୁ ମହାପ୍ରଭୁଙ୍କୁ ଲାଗି ଅଳଙ୍କାରର ମରାମତି ଅବା ନୂଆ ଅଳଙ୍କାର ତିଆରି ଅତ୍ୟାବଶ୍ୟକ ହୋଇପଡ଼ିଛି।

ଶ୍ରୀ ମେକାପ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆରାଧ୍ୟ ଦେବତା। ଚଳନ୍ତୀ ଠାକୁର। କିନ୍ତୁ ଶ୍ରୀଜିଉଙ୍କ ଅଳଙ୍କାର ବର୍ଷ ବର୍ଷ ହେଲାଣି ଭାଙ୍ଗିଗଲାଣି। ମହଣ ମହଣ ସୁନା ଅଳଙ୍କାରର ମାଲିକ ମହାପ୍ରଭୁ କାହିଁକି ଭଙ୍ଗା ପୁରୁଣା ଜିନିଷ ଲଗାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପ୍ରଭୁଙ୍କ ଲାଗି ହେଉଥିବା ଅଳଙ୍କାର ରାଜା ମୁକୁନ୍ଦ ଦେବଙ୍କ ସମୟରେ ତିଆରି ହୋଇଥିଲା। ବର୍ତ୍ତମାନ ଶ୍ରୀଜିଉଙ୍କ ପାଇଁ ନୂଆ ସୁନା ଅଳଙ୍କାର ଆବଶ୍ୟକ ହେଉଛି। ଏବେ ମହାପ୍ରଭୁଙ୍କ ସୁନା ଅଳଙ୍କାରର ଗୋଟିଏ ସେଟ୍‌ ଅଛି। ଯଦି ସୁନାବେଶବେଳେ କୌଣସି ପରିସ୍ଥିତିରେ ବାଇଶିପାହାଚ ଅବା ଅନ୍ୟ ଜାଗାରେ ଅନ୍ୟମନସ୍କରେ ପଡ଼ି ସୁନା ଅଳଙ୍କାର ଭାଙ୍ଗିଗଲା, ତେବେ ଏହାର ବିକଳ୍ପ ଭାବେ ଠାକୁରଙ୍କୁ ଲଗାଇବାକୁ ଅନ୍ୟ କିଛି ସୁନା ଅଳଙ୍କାର ନାହିଁ। ଗତବର୍ଷ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ସୁନାର କିରୀଟ ଭାଙ୍ଗିଯାଇଥିଲା। ଏହି ଭଙ୍ଗା କିରୀଟକୁ ଶ୍ରୀଜିଉଙ୍କଠାରେ ଲାଗି କରାଯାଇଥିଲା। ଏହା ଆଜି ପର୍ଯ୍ୟନ୍ତ ମରାମତି କରାଗଲାନି। ଅନ୍ୟପଟେ ବଳଭଦ୍ରଙ୍କ ଗୋଡ଼, ୩ଟା ମୁକୁଟ, ଆଡ଼କାନି ୪ଟା, ସୁନାର ମାଳିଗୁଡ଼ିକ ସବୁ ପୁରୁଣା ହେଲାଣି। ଅନେକ ଭାଙ୍ଗିଗଲାଣି। ଏସବୁର ମରାମତି ଆବଶ୍ୟକ। ସବୁ ଅଳଙ୍କାରର ନୂଆ ସେଟ୍‌ କରାଯାଉ। ନଚେତ୍‌ ଆମେ କାହିଁକି ଭଙ୍ଗା ଜିନିଷର ଦାୟିତ୍ବ ନେବୁ ବୋଲି ଶ୍ରୀ ମେକାପ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,