କଳା ଓ ସଂସ୍କୃତି ଧର୍ମ

ଭଗବାନ ଶିବଙ୍କ ସହ ଜଡିତ ୬ଟି କଥା ଯେଉଁଥିପାଇଁ ତାଙ୍କୁ କୁହାଯାଏ ‘ଦେବ ଦେବ ମହାଦେବ’

ଭୁବନେଶ୍ୱର ୨୪/୦୧ : ଭଗବାନ ଶିବଙ୍କୁ ମହାଦେବ ବୋଲି କୁହାଯାଏ। ସେ ଅନାଦି ପରମେଶ୍ୱର। ସେ ଆଗମ-ନିଗମ ଆଦି ଶାସ୍ତ୍ରର ଅଧିଷ୍ଠାତା ମଧ୍ୟ। ଶିବଙ୍କୁ ସଂସାରରେ ଜୀବ ଚେତନାର ସଞ୍ଚାର କୁହାଯାଇଛି। ଭଗବାନ ଶିବ ଓ ଶକ୍ତି ସ୍ୱରୂପା ମା’ ପାର୍ବତୀ ଏହି ଜଗତ ଓ ବ୍ରହ୍ମାଣ୍ଡରେ ବିଶେଷ ଭୂମିକା ନିର୍ବାହ କରୁଛନ୍ତି। ଶିବ ମହାପୁରାଣ ଅନୁସାରେ ଭଗବାନ ଶିବ ସ୍ୱୟଂ ବ୍ରହ୍ମାଙ୍କୁ ବେଦ ଜ୍ଞାନ ଦେଇଥିଲେ। ଶିବପୁରାଣରେ ଅନେକ ଗୁରୁତ୍ତ୍ୱପୂର୍ଣ କଥା ରହିଛି। ପଢନ୍ତୁ ଶିବପୁରାଣ ସହ ଜଡିତ କିଛି ଜଣା ଅଜଣା କଥା।


୧. ବିଶ୍ୱାସ ଅନୁସାରେ, ‘କୋଟି ରୁଦ୍ର ସଂହିତା’ ଓ ‘ଶତ ରୁଦ୍ର ସଂହିତା’ରେ ଭଗବାନ ଶିବଙ୍କ ତେଜରୁ ପୁଞ୍ଜ ଜାଗୃତ ହୋଇଥିଲା ଯେଉଁଠାରୁ ଭଗବାନ ବିଷ୍ଣୁ ଉତ୍ପତ୍ତି ହୋଇଥିଲେ। ବିଷ୍ଣୁଙ୍କ ନାଭି କମଳରେ ବ୍ରହ୍ମାଙ୍କ ଉତ୍ପତ୍ତିର ଉଲ୍ଲେଖ ରହିଛି।

୨. ଶିବ ହିଁ ସଂସାରରେ ଜନଜୀବନ ଚେତନା ସଞ୍ଚାର କରନ୍ତି। ବ୍ରହ୍ମା ସୃଷ୍ଟିର ଉତ୍ପତ୍ତିକର୍ତ୍ତା। ସେହିଭଳି ଶିବ ପ୍ରଥମ, ବିଷ୍ଣୁ ଦ୍ୱିତୀୟ ଓ ବ୍ରହ୍ମା ତୃତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ସାଂସାରିକ ମାନ୍ୟତା ଅନୁସାରେ ବ୍ରହ୍ମାଙ୍କୁ ପ୍ରଥମ, ବିଷ୍ଣୁଙ୍କୁ ଦ୍ୱିତୀୟ ଓ ଶିବଙ୍କୁ ତୃତୀୟ ତଥା ପ୍ରଳୟଙ୍କରୀ ରୂପରେ ସମସ୍ତେ ଜାଣିଛନ୍ତି।

୩. ଭଗବାନ ଶିବ ହିଁ ସୃଷ୍ଟିର ଉତ୍ପତ୍ତି ଓ ଜଗତର ବିସ୍ତାର, ବିକାଶ ଓ ବ୍ରହ୍ମସ୍ୱରୂପ ସ୍ଥାପିତ କରିଛନ୍ତି। ଆମେ କଣ, କେଉଁଠୁ ଅଶିଚୁ, କେମିତି ଅଛୁ, ଅନ୍ତ ଓ ପ୍ରାରମ୍ଭ କଣ, କର୍ମ ଆଧାରରେ ଆମର ପ୍ରାରମ୍ଭ କଣ ହେବ, ଏହିସବୁ ଅବସ୍ଥାକୁ ଉପନିଷଦୀୟ ଜ୍ଞାନ ସାଧୁମାନଙ୍କ ମାଧ୍ୟମରେ ଆମ ସମ୍ମୁଖରେ ରଖିଛନ୍ତି।

୪. ଶିବ ଏକମାତ୍ର ପରମ ଅଘୋରୀ ଯାହାଙ୍କ ମାଧ୍ୟମରେ ସଂସାରର ସମସ୍ତ ଦିବ୍ୟ ଶକ୍ତି, କ୍ରିୟା ଓ ପ୍ରାକୃତିକ ଦୃଷ୍ଟିକୋଣ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଥାଏ। ସେ ମାନବ ଜାତିକୁ ବର୍ଣ ବ୍ୟବସ୍ଥା ସହ ଆଶ୍ରମ ବ୍ୟବସ୍ଥା ଜ୍ଞାନ ମଧ୍ୟ ପ୍ରଦାନ କରିଛନ୍ତି। ଅଧ୍ୟାତ୍ମବାଦ ଅନୁସାରେ ଶିବ ତମାମ ଅବସ୍ଥା ଓ ବ୍ୟବସ୍ଥାକୁ ନିଜର ମାତ୍ର ଏକ ଅଂଶ ରୂପେ ଧାରଣ କରିଛନ୍ତି।

୫. ଶିବ ଏକମାତ୍ର ଭଗବାନ ଯିଏ ସଂସାର ପରିଚାଳନା କରୁଛନ୍ତି। ଶିବଙ୍କ ମାଧ୍ୟମରୁ ଜ୍ଞାନ ବୈରାଗ ଭଳି ମୂଳ ଦିବ୍ୟ ସାଧନା ସମ୍ବନ୍ଧୀୟ ତଥ୍ୟ ମିଳିଥାଏ। ଭଗବାନ ଶିବଙ୍କ ପରମ ତେଜସ୍ୱି ବିନ୍ଦୁ ନିଜ ଗତିରେ ସାରା ବ୍ରହ୍ମାଣ୍ଡର ଜୀବତ୍ମାକୁ ପ୍ରକାଶିତ କରିଥାଏ। ଏହିସବୁ ଜୀବତ୍ମା ଶିବଙ୍କ ସେହି ରୂପ ଦର୍ଶନ ଓ ଅନୁଭବ କରନ୍ତି।


୬. ଶିବ ହିଁ ପରମ ଗୁରୁ। ତାଙ୍କ କୃପାରୁ ଆମକୁ ଜୀବନକୁ ସୁନ୍ଦର ଭାବେ ଗଢିତୋଳିବା କଳା, ବର୍ତ୍ତମାନ ସହ ସଂଘର୍ଷ କରି ସମସ୍ତ ବ୍ୟାଧି ଉପରେ ନିୟନ୍ତ୍ରଣ କରି ଜୀବନ ଯାତ୍ରାକୁ ବିଜୟୀ କରିବାକୁ ଜ୍ଞାନ ମିଳିଥାଏ। ଶିବଙ୍କ ଜୀବନରୁ ଆମକୁ ଗୃହସ୍ଥ ଓ ସନ୍ୟାସର ଦର୍ଶନ ପ୍ରାପ୍ତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ